banner
Breaking

ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଜାତୀୟ ସ୍ତରୀୟ ଚାମ୍ପିଆନ୍‌ସିପ୍‌ରେ ଓଡିଶାକୁ ୪ସ୍ୱର୍ଣ୍ଣ

0

ଭୁବନେଶ୍ୱର : ଟୋଙ୍ଗ-ଇଲ୍‌-ମୁଁ-ଡୁଫେଡେରେସନ୍ ତରଫରୁ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଚାମ୍ପିଅନ୍‌ସିପରେ ବାଜିମାତ୍ ମାରିଛନ୍ତି ଓଡିଶା ଖେଳାଳି । ଓଡିଶାକୁ ୪ ଟି ସ୍ୱର୍ଣ୍ଣ,ଗୋଟିଏ ରୌପ୍ୟ ଓ ୨ଟି କାଂସ୍ୟ ପଦକ ମିଲିଛି ।
ଆୟୁଷ ବଳିୟାରସିଂ, ନିଶାନ୍ତ ପାଇକରା, ବିକାଶ କୁମାର ରଣସିଂହ, ଋତୁପର୍ଣ୍ଣା ବାରିକଙ୍କୁ ସ୍ୱର୍ଣ୍ଣ, ସ୍ୱସ୍ତିକ ନାୟକଙ୍କୁ ରୌପ୍ୟ ଓ ଅନୁରାଗ ନନ୍ଦ, ପ୍ରିୟଙ୍କା ପ୍ରିୟଦର୍ଶିନୀ କାଂସ୍ୟ ପଦକ
ଜିତିଛନ୍ତି ।
ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି
ଚାମ୍ପିଅନ୍‌ସିପ୍‌ରେ ଓଡିଶାରୁ ୨୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କୋଚ୍ ନିରଞ୍ଜନ ସାହୁ, ଆଶୁତୋଷ ବଳିୟାରସିଂହ,ମ୍ୟାନେଜର ଲଲାଟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଫେଡେରେସନ୍‌ର ସଭାପତି ରବି ନାରାୟଣ ରାଉତରାୟ ପ୍ରତିଯୋଗୀ ଏବଂ ରେଫ୍‌ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.