banner
Breaking

ପଟିଆ କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ।

0

ଭୁବନେଶ୍ବର,୨୧/୧(ଓଡ଼ିଆ ନ୍ୟୁଜ) : ଭୁବନେଶ୍ବରର ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ଉତ୍ସବ କଲେଜ ପରିସରରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ଗୋବିନ୍ଦ ଚନ୍ଦ୍ର ରଥ, ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ତିଥିମାନଙ୍କର ପରିଚୟ ପ୍ରଦାନ ସହିତ ବାର୍ଷିକ କ୍ରୀଡା ଉତ୍ସବରେ ଅଧ୍ୟକ୍ଷତା କରି କଲେଜ ମାନଙ୍କରେ କ୍ରୀଡାର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାମଙ୍କ ମଧ୍ୟରେ କଲେଜ କ୍ରୀଡା ପରିଷଦର ଉପାଧ୍ୟକ୍ଷ ଚଳନ କୁମାର ସାହୁ , ଉପାଧ୍ୟକ୍ଷ ଗାର୍ଗୀ ବାନାର୍ଜୀ କ୍ରୀଡା କ୍ଷେତ୍ରରେ ଛାତ୍ରଛାତୀ ମାନଙ୍କର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂସଦର ଆବାହକ ମାନସ ରଞ୍ଜନ ସାହୁ ଏବଂ ସହ ଆବାହକ ଗଣେଶ୍ବର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଜୁନିଅର କଲେଜର ଅଧ୍ୟକ୍ଷ  ତ୍ରିଲୋଚନ ରଥ, ଡିଗ୍ରୀ କେଲଜର ସମସ୍ତ ଅଧ୍ୟାପକ ଓ ଆଧ୍ୟାପିକା ମାନେ ସହଯୋଗ କରିଥିଲାବେଳେ କାର୍ଯ୍ୟକ୍ରମ ସଞ୍ଚାଳକ ହିମାଞ୍ଜଳୀ ଭୂୟାଁ ଧନ୍ୟାବଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.