banner
Breaking

ଓଡିଶା କ୍ରୀଡାର ରାଜଧାନୀ ପାଲଟିଛି-ଅନୀଲ କୁମ୍ବଲେ

0

ଭୁବନେଶ୍ୱର,୪ ।୧(ଓଡ଼ିଆ ନ୍ୟୁଜ): ଲୋକସେବା ଭବନରେ ପହଞ୍ଚିଲେ କ୍ରିକେଟର ଅନୀଲ କୁମ୍ବଲେ । ସେଠାରେ ଉନ୍ନୟନ କମିଶନରଙ୍କ ସହ ଅନୀଲ ସାକ୍ଷାତ କରିଛନ୍ତି । ଓଡିଶା ନଲେଜ ହବ୍ ବକ୍ତୃୁତା ମାଳାରେ ଯୋଗ ଦେଇ ‘ଭାରତୀୟ କ୍ରୀଡା-ଏକ ଅନ୍ତଃଦୃଷ୍ଟି’ ଶୀର୍ଷକରେ ସେ ଭାଷଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କ୍ରୀଡା କ୍ଷେତ୍ରରେ ସଫଳତାର ମନ୍ତ୍ର ଦେଇଛନ୍ତି କୁମ୍ବଲେ । ସେ କହିଛନ୍ତି ଯେ, ‘କ୍ରୀଡାର ବିକାଶ ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଓଡିଶା କ୍ରୀଡାର ରାଜଧାନୀ ପାଲଟିଛି । ଇଂଲଣ୍ଡ ଓ ପାକିସ୍ତାନ ବିରୋଧରେ ସିରିଜ୍ ଜିତିବା ସ୍ମରଣୀୟ ମୁହୂର୍ତ୍ତ ଥିଲା । ପାକିସ୍ତାନ ବିରୋଧରେ ୧୦ ଟି ୱିକେଟ୍ ନେବା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।’

Khansweb Solution Bhubaneswar

Leave A Reply

Your email address will not be published.