banner
Breaking

ଅଷ୍ଟମ ଟୋଙ୍ଗ- ଇଲ୍‌- ମୁଁ -ଡୁ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୩୫ ଜଣଙ୍କ ଅଂଶଗ୍ରହଣ

0

ଭୁବନେଶ୍ୱର : ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅଷ୍ଟମ ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ କମ୍ପେ୍ଲକ୍ସ, ମିନତାଇ ଠାକେର୍ ଷ୍ଟାଡିୟମ, ହିରାଓାଡି, ପଞ୍ଚବାଟି ଓ ନାସିକ ଷ୍ଟାଡିୟମ ଠାରେ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୩୫ ଜଣ ପ୍ରତିଯୋଗୀ ଏବଂ ରେଫରୀ ଅଂଶଗ୍ରହଣ କରିବେ । ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଏହି ୩୫ ଜଣ ପ୍ରତିଯୋଗୀଙ୍କ ସହିତ କୋଚ୍ ଆଶୁତୋଷ ବଳିୟାରସିଂ, ରଶ୍ମିରେଖା ମହାନ୍ତି, ରାଧାବହ୍ଲବ ରାୟ ଓ ମ୍ୟାନେଜର ଲଲାଟ କୁମାର ପରିଡା ପ୍ରମୁଖ ନାସିକ୍ ଅଭିମୁଖେ ଗ୍ରସ୍ତ କରିଛନ୍ତି । ଏହି ଅବସରରେ ଫେଡେରେସନର ସଭାପତି ରବି ନାରାୟଣ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିଶା ପାଇଁ କୃତିତ୍ୱ ହାସଲ ନିମନ୍ତେ କାମନା କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.