banner
Breaking

୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ -ପାହାଡର ମୂଷିକ ପ୍ରସବ -ସ.ପା

0

ଭୁବନେଶ୍ୱର ,୧୪/୪(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତିର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ୟ ଏକ ଧୂଁଆ ବାଣ l ଏହି ପ୍ୟାକେଜ” ପାହାଡ ର ମୂଷିକ ପ୍ରସବ” ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି l କେନ୍ଦ୍ର ସରକାର ଶିଳ୍ପପତି ମାନଙ୍କର ୬୮,୬୦୭ କୋଟି ଟଙ୍କାର ଋଣ ଲାଘବ କରିଥିଲା ବେଳେ କୃଷି ଋଣ ଛାଡ କରିବା ଲାଗି କିଛି ପଦକ୍ଷପ ନେଇନାଁହାନ୍ତି l ଚଉଦ କୋଟି ଗରିବ ପରିବାରକୁ ମାସିକ ୫୦୦୦ ଟଙ୍କା ୩ ମାସ ଦେବା ପାଇଁ ହେଉଥିବା ଦାବିକୁ ସରକାର ଚତୁରତାର ସହିତ ଏଡାଇ ଯାଇଛନ୍ତି l ସରକାରଙ୍କର ଏହି ପ୍ୟାକେଜ ଘୋଷଣା ଚାଷୀ, ଶ୍ରମିକ, ଗରିବ ଓ ନିମ୍ନମଧ୍ୟବିତ୍ତ ପରିବାର ପାଇଁ ନିରାଶା ଜନକ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି l

Khansweb Solution Bhubaneswar

Leave A Reply

Your email address will not be published.