banner
Breaking

ଅଲମ୍ପିକ ଭିଲେଜରେ କ୍ରୀଡାବିତ୍ ସେକ୍ସ, ପାର୍ଟି ଓ ସପି° କରିପାରିବେ ନାହିଁ।

0

ଟୋକିଓ,୪।୨: ଟୋକିଓ ଅଲିମ୍ପିକ୍ସରେ ଭାଗ ନେଉଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି। ଅଲିମ୍ପିକ୍ସ ଭିଲେଜରେ କ୍ରୀଡ଼ାବିତମାନେ ସେକ୍ସ, ପାର୍ଟି, ସପିଂ କରିପାରିବେ ନାହିଁ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) ବୁଧବାର ଏନେଇ ସ୍ପଷ୍ଟ କରିଛି। ସୂଚନା ଯୋଗ୍ୟ, ଟୋକିଓରେ କରୋନା ମହାମାରୀ ଯୋଗୁ ସ୍ଥଗିତ ଥିବା ଅଲିମ୍ପିକ୍ସ ପୁଣି ଆୟୋଜିତ ହେଉଥିବାରୁ ସେଠାକୁ ଯାତ୍ରା କରୁଥିବା ସମସ୍ତ କ୍ରୀଡ଼ାବିତଙ୍କ ପାଇଁ ଏହି ଗାଇଡଲାଇନ୍‌ ଜାରି ହୋଇଛି। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି କ୍ରୀଡ଼ାବିତମାନେ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିପାରିବେ ନାହିଁ । କୌଣସି ପ୍ରକାର ଆଲୋଚନା ବେଳେ ପ୍ରତ୍ୟେକ ଖେଳାଳି ୨ ମିଟର ଦୂରତାରେ ଛିଡ଼ା ହୋଇ ରହିବେ। ଏହା ବ୍ୟତୀତ ବିମାନବନ୍ଦରରେ ପହଞ୍ଚିବା ପରେ କୌଣସି କ୍ରୀଡ଼ାବିତ କିଣାକିଣି କରିପାରିବେ ନାହିଁ। ଏପରି କି ରେଷ୍ଟୋରାଣ୍ଟ, ବାର ଯିବାକୁ ବାରଣ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.