banner
Breaking

ବାବା ସୋମନାଥଙ୍କ ଉପରେ ଆଧାରିତ ଭିଡିଓ କ୍ୟାସେଟ ଉନ୍ମୋଚିତ।

0

ପବିତ୍ର ଶ୍ରୀ ପଂଚମୀ ଅବସରରେ ମା ଯୋଗମାୟାଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ ପ୍ରାୟୋଜିତ ଶିବଙ୍କ ଉପରେ ଆଧାରିତ ଭଜନ ‘ସୋମନାଥଙ୍କୁ ସୁମରିଲେ ମନେ’ ନାମରେ ଭିଡିଓ କ୍ୟାସେଟ ଉନ୍ମୋଚିତ ହୋଇଯାଇଛି ।ଏହାକୁ ଆନୁଷ୍ଠାନିକଭାବେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର‌୍ୟ୍ୟ ,ସହକାରୀ ନିର୍ଦ୍ଦେଶକ ଅମୁଲ୍ୟ କୁମାର ପରିଡା,ନନ୍ଦନକାନନଥାନା ଅଧିକାରୀ ବିଶ୍ୱରଞନସେନାପତି,ସତ୍ୟସନ୍ଧାନର ମୁଖ୍ୟସମ୍ପାଦକ ତ୍ରିଲୋଚନରାଉତ,ସାମ୍ବାଦିକ କମଳା କାନ୍ତରାଉତ ଓ ଜଗନ୍ନାଥଭଞ ପ୍ରମୁଖ ଅତିଥିଭାବେ ଯୋଗଦାନ କରି ଉନ୍ମୋଚନ କରିଛନ୍ତି । ଯୁବ ନିର୍ଦ୍ଦେଶକ ଶଶିକାନ୍ତନାୟକ ନିର୍ଦ୍ଦେଶନା ଦେଇଥିବାବେଳେ ବିଶ୍ୱଜିତ ଓ ସିଗ୍ଧା ଅଭିନୟ କରିଛନ୍ତି । ଗୈାରିଶଙ୍କର ଏହାକୁ କ୍ୟାମେରାରେ କଏଦ କରିଥିବାବେଳେ ଭିଡିଓକୁ ଏଡିଟିଙ୍ଗ କରିଛନ୍ତିି ପୁଟୁଂ । ରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ପୈାରାଣିକ କଥାବସ୍ତୁ ଓ ଅଲୈାକିକ ତଥ୍ୟ ବୁକୁରେ ଜାବୁଡିଧରି ଦଣ୍ଡାୟମାନ ହୋଇଥିବା ବାବା ସୋମନାଥଙ୍କ ମହିମା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ଭଜନଟିକୁ ଭିଡିଓମାଧ୍ୟମରେ ଉପସ୍ଥାପିତ କରାଯାଇଛି ।ଏଥିରେ ବାବସୋମନାଥସେନା ଓ ନାରୀଜାଗରଣମଂଚର ସଭ୍ୟ ଓ ସଭ୍ୟାମାନେ ବିଶେଷଭାବେ ସହଯୋଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.