banner
Breaking

ପୁଣି କାର୍ଯକ୍ଷମ ହେଲା ସୋସିଆଲ ମିଡ଼ିଆ।

0

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର ଡାଉନ୍ ରହିବା ପରେ ଏବେ ଗୋଟିଏ ପରେ ଗୋଟିଏ କାମ ଆରମ୍ଭ କରି ଦେଇଛି । ଏହାସହ ଫେସବୁକର ଆଉ କିଛି ସେବା ବି ବନ୍ଦ ହୋଇଯାଇଥିଲା । ନ୍ୟୁଜ ଏଜେନ୍ସି ରଏଟରର ସୂଚନା ଅନୁଯାୟୀ, ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମସେଞ୍ଜଜର ଭଳି ସୋସିଆଲ ସାଇଟ୍ ପ୍ରାୟ ୬ ଘଣ୍ଟା ଧରି ଡାଉନ୍ ରହିବା ପରେ ପୁଣିଥରେ ଆଂଶିକ ଭାବେ କାମ ଆରମ୍ଭ କରି ଦେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ୍ ହେବା ପଛରେ କ’ଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । କେତେକ ଏହାକୁ ସାଇବର ଆଟାକ କହୁଥିବା ବେଳେ କେହି କେହି ଏହାକୁ ଡିଏନ୍‌ଏ ଇସ୍ୟୁ ବୋଲି କହୁଛନ୍ତି । ହେଲେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା କି ସର୍ଭର ଡାଉନ୍ ସମ୍ପର୍କରେ ସେମାନେ ଅବଗତ ଅଛନ୍ତି ଓ ଏହାକୁ ଠିକ୍ କରିବାକୁ କାମ ଆରମ୍ଭ କରି ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.