banner
Breaking

ସ୍ମାର୍ଟସିଟିରେ ଆସୁଛି ଗୋଳିଆ ଗନ୍ଧଯୁକ୍ତ ପାଣି। ପିଏଚଡି ଅଫିସ ଘେରିଲେ ବସ୍ତିବାସିନ୍ଦା।

0

ଭୁବନେଶ୍ୱର,୬/୧୧(ଓଡ଼ିଆ ନ୍ୟୁଜ): ସ୍ମାର୍ଟ ସିଟରେ ବାହାରୁଛି ସ୍ମାର୍ଟ ପିଇବା ପାଣି,କେତେବେଳେ ହଳଦିଆ ତ କେତେବେଳେ କାଳିଆ ପୁଣି ଯାହାଠୁ ବାହାରୁଛି ମହମହ ଗନ୍ଧ। ପିଇଲେ ହେଉଛି କାଛୁ,କୁଣ୍ଡିଆ। ଦିନେ କି ଦୁଇଦିନ ନୁହେଁ ମାସ ମାସ ଧରି ପିଇବା ପାଣୀରେ ମିଶୁଛି ସୋରେଜ ପାଣି। ଯାହାଫଳରେ ବସ୍ତିରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଲାଣି। କିନ୍ତୁ ପ୍ରଶାସନ ସୋଇଛି ନିଘୋଡ଼ ନିଦରେ।ଏହିପରି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ। ମିଳିଥିବା ସୁଚନା ଅନୁସାରେ ନିଳାଦ୍ରୀବିହାର ଅନ୍ତର୍ଗତ ମା ମଙ୍ଗଳା ବସ୍ତିରେ ଦୀର୍ଘ ଦୁଇମାସ ହେବ ପିଇବା ପାଣି ହଳଦିଆ, କାଳିଆ ରଙ୍ଗରେ ଆସୁଅଛି ବେଳେବେଳେ ଘୁଅଗଦ୍ଧ ଛାଡୁଛି। ଏନେଇ ବସ୍ତି ବାସୀଙ୍କ ତରଫରୁ ବିଭିନ୍ନ ଅଧିକାରୀଙ୍କୁ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଫଳରେ ବାଧ୍ୟ ହୋଇ ବସ୍ତିବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇ ଅଛନ୍ତି।ଆଜି ସ୍ଵଛ ପିଇବା ପାଣି ପାଇଁ ବସ୍ତିର ସଭାପତି ପ୍ରଭାତ ସେଠୀଙ୍କ ନେତ୍ରତ୍ବରେ ଶହଶହ ଲୋକ ଏକତ୍ରିତ ହୋଇ ନୀଳାଦ୍ରି ବିହାର ସେକ୍ଟର ତିନି ଠାରେ ଥିବା ପିଏଚ ଡି ଅଫିସ ଘେରାଉ କରିଛନ୍ତି। ସ୍ମାର୍ଟ ସିଟରେ ବିଶୁଦ୍ଧ ପିଇବା ପାଣି ପାଇଁ ନ୍ୟାୟ ମାଗିଛନ୍ତି। ପିଏଚଡି ଅଧିକାରୀ ପହଞ୍ଚି ତରନ୍ତ କାମ ହେବାର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ଓହରି ଛନ୍ତି ବସ୍ତିବାସିନ୍ଦା।ଏନେଇ ଓଡ଼ିଆ ନ୍ୟୁଜ ପକ୍ଷରୁ ତନାଘନା କରାଯାଇ ବିଭିନ୍ନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା ସମସ୍ତେ ନିଜ ଉପରୁ ଦୋଷ ଛଡାଇ ମତାମତ ଦେଇଥିଲେ।

ଘଟଣା ବିଶୟରେ ଓ୍ବାଟକୋ ଆସିଷ୍ଟାଣ୍ଡ ମ୍ୟାନେଜର ବିପିନ୍ ବିହାରୀ ଦାସଙ୍କ କହିବା ମୁତାବକ ଉକ୍ତ ପାଇପ ଲାଇନକୁ ପିଡ୍ଲୁ ଡି ଖୋଳି ଦେଇଥିଲା ।ଯାହକୁ କି ସୋରେଜ ଲାଇନ କର୍ମଚାରି କରିବାର ଥିଲା ।କିନ୍ତୁ ସେମାନେ ଏହି କାର୍ଯ୍ୟକୁ ଛାଡି ପଳାଇ ଯାଇଥିଲେ । ଯାହାପାଇଁ କେସ ମଧ୍ୟ ହୋଇଛି ।କିଛି ଦିନତଳେ ସୋରେଜ ବୋର୍ଡ ପକ୍ଷରୁ ଉକ୍ତ କାର୍ଯ୍ୟ ପିଏଚ୍ଡି କରିବା ପାଇଁ ତାଙ୍କ ନିକଟକୁ ଅର୍ଡର ଆସିଥିଲା । ସେ ସଂଧ୍ୟାବେଳ ସୁଧା ଗୋଟିଏ ଲାଇନ ମରାମତି କରି ଦେଇଛନ୍ତି।ଅନ୍ୟଟି ଜାମ୍ ଥିବାରୁ ଏହା ଗୁରୁବାର ଦିନ ସରିବା ପାଇଁ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.