banner
Breaking

ଶିରିଡି ସାଇ ମନ୍ଦିର ବିବାଦ ତୁଟିଲା। ଆଉ ମନ୍ତବ୍ୟ ଦେବେନି ଉଦ୍ଧବ

0

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟଙ୍କ ସହ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କର ସମସ୍ତ ଦାବି ମାନିନେଇଥିବା କହିଛନ୍ତି ଶିବସେନାର ନେତା ତଥା ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟ କମଲାକର କୋଠେ। ଏନେଇ ମୁଖ୍ୟମନ୍ତ୍ରୀ ଆଗକୁ କୌଣସି ବିବାଦୀୟ ବୟାନ ନ ଦେବା ସହ ଏହି ପ୍ରସଙ୍ଗକୁ ଏଠାରେ ସମାପ୍ତ କରିଛନ୍ତି ବୋଲି କମଲାକର କହିଛନ୍ତି। ତେବେ ଏହି ନିଷ୍ପତ୍ତିରେ ଶିରିଡିବାସୀ ନିଜର ଖୁସିବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଶିରିଡି ସାଇବାବାଙ୍କ ଜନ୍ମସ୍ଥାନ ନୁହେଁ ବରଂ ପାଥ୍ରୀ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ ଠାକରେ। ଏଥିସହ ପାଥ୍ରୀର ବିକାଶ ପାଇଁ ଶହେକୋଟି ଟଙ୍କା ମଧ୍ୟ ସେ ମଞ୍ଜୁର କରିଥିଲେ। ପରେ ଠାକରେଙ୍କ ଏହି ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଶ୍ରଦ୍ଧାଳୁ। ଏହାକୁ ନେଇ ରବିବାର ଶିରିଡି ବନ୍ଦଥିବା ବେଳେ ଭକ୍ତମାନେ କିନ୍ତୁ ବାବାଙ୍କ ଦର୍ଶନ କରିବାରେ କୌଣସି ସମସ୍ୟା ଉପୁଜି ନ ଥିଲା। ମନ୍ଦିର ଖୋଲା ରହିବା ସହ ପ୍ରସାଦାୟଳ ମଧ୍ୟ ଖୋଲା ରଖାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.