banner
Breaking

ସପ୍ତାହକୁ ୨ ଦିନ ସଟଡାଉନ। ଅନ୍ୟ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ-ପ୍ରଦୀପ ଜେନା

0

ଭୁବନେଶ୍ୱର, ୯/୬(ଓଡ଼ିଆ ନ୍ୟୁଜ): ଚାରିଆଡେ ସଟଡାଉନ ଅବଧି ବୃଦ୍ଧି ନେଇ ଚର୍ଚ୍ଚା ଚାଲିଛି। କିଏ କହୁଛି ୪ ଦିନ ହେବ ତ କିଏ କହୁଛି ୫ ଦିନ। ଏଭଳି ପ୍ରଚାର ଚାଲିବା ଦ୍ଵାରା ସାଧାରଣ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏହି ଗୁଜଵ ଲୋକଙ୍କୁ ଭାରାକ୍ରାନ୍ତ କରୁଥିବାରୁ ଏସଆରସି ପ୍ରଦୀପ ଜେନା ଏହାକୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଛନ୍ତି।ସଟ୍‌ଡାଉନ୍‌ ବୃଦ୍ଧି ଗୁଜବ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଆଜି ଏକ ଟ୍ବିଟ୍‌ ମାଧ୍ୟମରେ ଶନିବାର ଓ ରବିବାର ଛଡ଼ା ଅନ୍ୟ ଦିନରେ  ସଟ୍‌ଡାଉନ୍‌ ହେବ ନାହିଁ ବୋଲି କହିଛନ୍ତି। ଅନ୍ୟ ଦିନରେ ସଟ୍‌ଡାଉନ୍‌ ବୃଦ୍ଧି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି। ଗୁଜବକୁ ବିଶ୍ବାସ କରି ଆତଙ୍କିତ ନ ହେବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜୁନ ମାସଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ୩୦ ତାରିଖ ଯାଏ ପ୍ରତି ସପ୍ତାହ ର ଶନିବାର ଓ ରବିବାର ସଟଡାଉନ ରଖିବାକୁ ରାଜ୍ୟ ସରକାର  ନିର୍ଦ୍ଦେଶ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.