banner
Breaking

ତିନୋଟି ସହର ପୁରା ଠପ୍। ଦିନରେ ରାତିର ନିରବତା। ପିପିଲିର ଦାନଗହିର ୧୦ ଦିନ ସଟଡାଉନ୍ ଘୋଷଣା।

ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ-ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ) : ଦିନରେ ବି ଜଣାପଡୁଛି ରାତିର ନିରବତା ଭଳି। ରସ୍ତା ଘାଟ ଶୂନସାନ,ସମସ୍ତଙ୍କ ଘର କବାଟ ଓ ଦୋକାନ ବଜାର ବନ୍ଦ ରହିଛି। ଆମ୍ବୁଲାନ୍ସ ସମେତ କେତେକ ଜରୁରୀକାଳୀନ ସେବା ପାଇଁ କା°ଭା° ଗାଡି ଚଳାଚଳ କରୁଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଗାଡି ପଇଁତରା ମାରୁଛି। ଗଳିକନ୍ଦିରେ ବି ପୋଲିସ ପଶୁଛି।ପୁରା ଠପ୍ ହୋଇଯାଇଛି ତିନୋଟି ସହର। ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଗତ ରାତି ୮ଟାରୁ ୪୮ ଘଣ୍ଟା ପାଇଁ ସଂମ୍ପୂର୍ଣ୍ଣ ବନ୍ଦ ବା ସଟ୍‍ ଡାଉନ ପାଳନ କରାଯାଉଛି।
କରୋନା ଭୂତାଣୁର ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଏହି ସଟ୍‍ ଡାଉନ ବଳବତ୍ତର ରହିବ।
ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା, ଭଦ୍ରକର ଏରେଇଁ ପଞ୍ଚାୟତକୁ ସଟ୍‍ ଡାଉନ ଘୋଷଣା କରାଯାଇଛି। ପୁରୀ ଜିଲ୍ଲାର ପିପିଲି ବ୍ଲକ ଅନ୍ତର୍ଗତ ଦାନଗହିର ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ଦିନ ପାଇଁ ସଟ୍‍ ଡାଉନ ଘୋଷଣା କରାଯାଇଛି।
ଏହି ସଟ୍‍ ଡାଉନ ସମୟରେ ଗ୍ରୋସରୀ,ପନି ପନିପରିବା, ଫଳ, କ୍ଷୀର, ମାଛ, ମାଂସ ଦୋକାନ ବନ୍ଦ ରହିଛି। କମ୍‍ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିଛି। ସେହିପରି ମାତ୍ର ହାତଗଣତି ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିଛି। ଏହି ସମୟରେ କମିଶନରେଟ ପୁଲିସ ପକ୍ଷରୁ ବାହାରେ ବୁଲୁଥିବା ୪୫ଜଣଙ୍କୁ ପୁଲିସ ଉଠାଇ ନେଇ ୧୪ ଦିନ କ୍ୱାରେଣ୍ଟାଇନରେ ରଖିଛିା ସେହପରି ନିୟମ ଭଙ୍ଗ ଅଭିଯୋଗରେ ପୁଲିସ ୬୪ ଜଣଙ୍କୁ ଅଟକ ରଖିଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.