banner
Breaking

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ଭାରତ ସ୍ୱାଧୀନତାର ମହାନାୟକ, ଅହିଂସା ପଥପ୍ରଦର୍ଶକ, ଜାତୀୟ ପିତା ମହତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି ।

ଅଧ୍ୟକ୍ଷା ନମ୍ରତା ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଚେୟାରମ୍ୟାନ୍ ପବିତ୍ର ରାଉତରାୟ ଯୋଗଦେଇ ସ୍କୁଲ ସମ୍ମୁଖରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ସମ୍ମୋହିତ କଣ୍ଠରେ ରଘୁପତି ରାଘବ ରାଜାରାମ ସଂଗୀତ ଗାନ କରାଯାଇଥିଲା । ଚେୟାରମ୍ୟାନ୍ ନିଜ ଅଭିଭାଷଣରେ ଜୀବନରେ ସତ୍ୟ ଓ ଅହିଂସା ପଥକୁ ଆପଣାଇ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଏହାପରେ ସ୍କୁଲ ପରିସରରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.