banner
Breaking

ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପୋଲିସ ଡି ଜି ସଞ୍ଜିବ ମାରିକ ଯୋଗଦେଇ ପତାକା ଉତ୍ତୋଲନ କରିଥିଲେ । ଇତିହାସରୁ ଆଜିଯାଏ ଭାରତର ସ୍ୱତନ୍ତ୍ରତା, ସାର୍ବଭୌମତା ଓ ଗଣତାନ୍ତ୍ରିକ ଅଖଣ୍ଡତା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଡିସିପି କିଶୋର କୁମାର ପାଟ୍ଟଶାଣୀ, ଅବସରପ୍ରାପ୍ତ ଶିକ୍ଷକ ଜଲିଲ ଖାଁ, ବିଦ୍ୟାଳୟର ଚେୟାରମ୍ୟାନ୍ ପବିତ୍ର କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଆଣିବା ପାଇଁ ମହାମନିଷୀ ମାନଙ୍କ ବଳିଦାନ ଓ ଅବଦାନ ସମ୍ବଦ୍ଧରେ କହିଥିଲେ । ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଦେଶମାତୃକାର ସେବା କରିବା ସହ ଜଣେ ଜଣେ ସଫଳ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ମହୋତ୍ସବରେ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପରେଡ, ନାଚଗୀତ, କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ । ଏହା ମଧ୍ୟରେ ଅଶ୍ୱ ଉପରେ ପ୍ରଦର୍ଶିତ ପରେଡ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଅଧ୍ୟକ୍ଷା ନମ୍ରତା ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲାବେଳେ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.