banner
Breaking

ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ବୈଷ୍ଣବିକ କଲଚର ଦ୍ୱାରା ରକ୍ତଦାନ ଶିବିର

0

ଭୁବନେଶ୍ୱର : ରକ୍ତଦାନ ମହତ୍ ପୂଣ୍ୟ । ରକ୍ତର ଅଭାବରୁ ଆମ ରାଜ୍ୟରେ ବହୁତ ଲୋକ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ନିୟମିତ ରକ୍ତ ଆବଶ୍ୟକ କରୁଥିବା, ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାମେସିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ ରଖିବା ପାଇଁ ରକ୍ତର ଆବଶ୍ୟକତା ପଡ଼ିଥାଏ । ହେଲେ ଏ ରକ୍ତ ଆସିବ କେଉଁଠୁ? କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ । ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ । ଆଉ ଯଦି ସ୍ୱେଚ୍ଛାକୃତ ରକ୍ତଦାତା ନ ବାହାରନ୍ତି, ତେବେ ରକ୍ତ ଆବଶ୍ୟକ କରୁଥିବା ସବୁ ପୀଡ଼ିତଙ୍କୁ ରକ୍ତ ମିଳିବା ସମ୍ଭବ ନୁହେଁ । ଯାହାକି ସେମାନଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାଏ ।

ଏହାକୁ ଦୃଷ୍ଟିରେ ରଖି ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ବୈଷ୍ଣବିକ କଲଚର ତରଫରୁ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ମଡ଼େଲ ବ୍ଲଡ଼ ବ୍ୟାଙ୍କ ଡ଼କ୍ଟର ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ସହିଦ ନଗରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଡ. ଦିଲ୍ଲୀପ ପରିଡ଼ା, ଏଚ୍‌ଓଡ଼ି, ଆଙ୍କୋଲିଜ୍ ଏଆଇଆଇଏମ୍‌ଏସ୍ ଭୁବନେଶ୍ୱର ଏବଂ ପୂଜ୍ୟ ବିଦ୍ୟାପତି ନରସିଂହ ପତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ବର୍ଗର ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.