banner
Breaking

ଉଠା ଦୋକାନୀଙ୍କୁ ମିଳିବ ୩ ହଜାର ଟଙ୍କା

0

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): କରୋନା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ମହାମାରୀ ଦ୍ୱାରା ରାସ୍ତାକଡ଼ର ଉଠା ଦୋକାନୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ସହାୟତା ରାଶି ସହାୟତା ପ୍ରଦାନ କରିବେ। ଶୁକ୍ରବାର ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ ମହାନଗର ନିଗମ ଯଥା ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, କଟକରେ ଏହି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ସହାୟତା ଦିଆଯିବ ।

Khansweb Solution Bhubaneswar

Leave A Reply

Your email address will not be published.