banner
Breaking

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଜାଳିଲେ ୧୦୦୧ ଦୀପ

0

ଭୁବନେଶ୍ୱର,୪ା୧ ଭୁବନେଶ୍ୱରର ସର୍ବ ପୂରାତନ ପୀଠ ମା ଶିଖରଚଣ୍ଡୀ ମନ୍ଦିର ପର୍ଯଟନ କ୍ଷେତ୍ରର ମାନ୍ୟତା ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହା ଘୋଷଣା କରିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସନ୍ଧ୍ୟାରେ ମାଙ୍କ ପୀଠର ପାଦଦେଶରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ସଚିବ ଭି କେ ପାଣ୍ଡିଆନ ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜଣାରବା ସହିତ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୦୧ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସହଯୋଗରେ ଓ ୧ ନମ୍ବର ଓାର୍ଡ କର୍ପୋରେଟର ମିହିର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ମେୟର ସୁଲୋଚନା ଦାସ, ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ମନ୍ଦିର ପରିଚାଳନା କମିଟିର ସଭାପତି କ୍ଷୀତିଶ ଚନ୍ଦ୍ର ତ୍ରିପାଠୀ, ସମସ୍ତ କର୍ମକର୍ତ୍ତା ଓ ପୂଜକ, ସ୍ଥାନୀୟ ଅଂଚଳର ଛାମୁଆ ସଙ୍ଗଠନର କର୍ମକର୍ତ୍ତା, ବରିଷ୍ଠ ମୁରବୀ ଓ ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ ଓ ଯୁବତୀ ମାନେ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.