banner
Breaking

ଶାନ୍ତି ଶୃଙ୍କଳା ଓ ପ୍ରଦୂଷଣ ମୁକ୍ତ ଦୁର୍ଗାପୂଜା ପାଇଁ ନିବେଦନ ଭୁବନେଶ୍ୱର ଶାନ୍ତି କମିଟି ବୈଠକ

0

ଚନ୍ଦ୍ରଶେଖରପୁର,୧୪।୧୦ : ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ନୀଳାଦ୍ରି ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ କନଭେନସନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱରର ସମସ୍ତ ପୂଜା କମିଟିକୁ ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବା ଓ ପ୍ରଦୂଷଣ ମୁକ୍ତ ପୂଜା କରିବା ପାଇଁ ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ନିବେଦନ କରାଯାଇଛି ।
କମିଟିର ସଭାପତି ଡ. ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ଅଞ୍ଚଳର ମୁରବି ଓ କିଛି ପ୍ରତିଷ୍ଠିତ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଆଗାମୀ ଦୁର୍ଗାପୂଜାରେ ରାଜ୍ୟ ସରକାରଙ୍କ ସମସ୍ତ ନୀତି ନିୟମ ମାନିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ପାଳନ କରିବା । ପଲିଥିନ କିମ୍ବା ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ଶବ୍ଦ ପ୍ରଦୁଷଣ ନ କରି ନିୟମ ଅନୁଯାୟୀ ବ୍ୟବହାର କରିବା, ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରିରେ କେମିକାଲ ରଙ୍ଗ ବା ପ୍ଲାଷ୍ଟର ଅଫ୍ ପ୍ୟାରିସ ବ୍ୟବହାର ନ କରିବା, ପ୍ରତ୍ୟେକ ମଣ୍ଡପରେ ଅଗ୍ନି ନିର୍ବାପକ ସାମଗ୍ରୀ ଓ ପାନୀୟଜଳ ବ୍ୟବସ୍ଥା କରିବା, ମେଲୋଡିରେ ମଦ ପିଇ ନ ନାଚିବା, ଭସାଣିରେ ଡିଜେ ବ୍ୟବହାର ନକରି ପାରମ୍ପରିକ ବାଦ୍ୟ ବ୍ୟବହାର କରିବା। ସେହିପରି ପୂଜା ସମୟରେ ବରିଷ୍ଠ ନାଗରିକ, ମହିଳା ଓ ଶାରିରୀକ ବିକଳାଙ୍ଗମାନଙ୍କୁ ସମ୍ମାନର ସହ ମଣ୍ଡପମାନଙ୍କରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ପୂଜା କମିଟିକୁ ନିବେଦନ କରାଯାଇଥିଲା । ଏଥିସହିତ ରାସ୍ତା ମରାମତି ବା ପୁନଃନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାଶାସନକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କର୍ପୋରେଟର ମୋନାଲିସା ସାହୁ, ଜୟନ୍ତ ଜେନା, ଡ଼ ହାସନ୍ ଖାଁ, ଯୁଗଳ କିଶୋର ସାହୁ, ବିଶ୍ବନାଥ ମହାନ୍ତି ପ୍ରମୁଖ ଯୋଗଦେଇ ସଭାମଣ୍ଡନ କରିଥିଲେ । କମିଟିର ସମ୍ପାଦକ ନବ କିଶୋର ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଆଶାଲତା ରାଉତରାୟ ଚଣ୍ଡିପାଠ କରିଥିଲେ । ସାଇ ଜରା ନିବାସର ଟ୍ରଷ୍ଟି ତଥା ବରିଷ୍ଠ ଆଇନଜୀବି ବିଜୟ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.