banner
Breaking

ଶହୀଦଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କଲେ ନବୀନ

0

ଭୁବନେଶ୍ୱର,୪ା୫(ବ୍ୟୁରୋ): ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ଶହୀଦ ହେଉଥିବା ଓଡ଼ିଆ ଯବାନମାନଙ୍କ ଆତ୍ମୀୟସ୍ବଜନଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି। ଏହି ସହାୟତା ରାଶି ୫ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ସାମରିକ ତଥା ଅର୍ଦ୍ଧ ସାମରିକ ବାହିନୀରେ ରହି ଦେଶ ପାଇଁ ଶହୀଦ ହେଉଥିବା ଯବାନ ଓ ଅଫିସରମାନଙ୍କ ପରିବାର କଲ୍ୟାଣ ନିମନ୍ତେ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି। ପ୍ରାଥମିକ ଭାବରେ ଏହି ସହାୟତା ରାଶି ୧ ଲକ୍ଷ ଟଙ୍କା ରହିଥିବା ବେଳେ ୨୦୧୦ରେ ୨ ଲକ୍ଷ ଏବଂ ୨୦୧୨ରେ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏବେ ଏହାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.