ପୁଲିସ୍ ନାକ ତଳେ ଏମିତି ଚାଲିଥିଲା ସେକ୍ସ ରାକେଟ୍…ବାହାରୁ ଆସୁଥିଲେ ସୁନ୍ଦରୀ ତରୁଣୀ

ଗୁଣପୁର: ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ର ନିଦ ହଜାଇ ଦେଇଥିବା ସୁନୀଲ ଭଳି ଗୁଣପୁରରେ ଧରାପଡ଼ିଛି ଆଉ ଏକ ଦେହ ଦଲାଲ ସୁନୀଲ ରେଡ୍ଡୀ।

ରାୟଗଡ଼ା ଜିଲ୍ଲା ଗୁଣପୁର ଶେଖର ନଗରର ଏକ ଭଡ଼ା ଘରୁ ପୁଲିସ୍‌ ଏକ ସେକ୍ସ ରାକେଟ୍‌ ଠାବ କରିଛି। ଗତକାଲି ସନ୍ଧ୍ୟାରେ ଏହି ଭଡ଼ା ଘର ଉପରେ ପୁଲିସ୍‌ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଛି।

ପୁଲିସ୍‌ ସୂଚନା ମୁତାବକ, ଶେଖର ନଗରର ଭଡ଼ା ରହୁଥିବା ସୁନୀଲ ଓ ଅନ୍ୟ ଜଣେ ଝିଅ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ପୁଲିସ୍‌ କୌଣସି ସୂତ୍ରରୁ ସୂଚନା ପାଇ ଆକସ୍ମିକ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ୍‌ ୨ ଗ୍ରାହକଙ୍କୁ ଆପତ୍ତିଜନକ ଅବସ୍ଥାରେ ଗିରଫ କରିଛନ୍ତି। ଏଥିସହ ନଗଦ ଟଙ୍କା, ବିୟର ବୋତଲ, ମୋବାଇଲ ଫୋନ ସହ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିବା ପୁଲିସ କହିଛି।

ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ଏହା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।