banner
Breaking

ଏଥର ମାଟ୍ରିକ ପିଲା ରଖିବେ ଭଲ ନମ୍ବର। ଛୁଟିରେ ହେବ ପାଠପଢ଼ା।

0

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହାର କମାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା କରିଛି। ଏଥିପାଇଁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ କରିଛି। ପ୍ରଥମେ କଟକ ଜିଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଛି। ଛୁଟିଦିନଗୁଡ଼ିକରେ ମଧ୍ୟ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରୀଛାତ୍ର। ଏନେଇ ଜିଲା ଶିକ୍ଷାଧିକାରୀ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ପିଲାଙ୍କ ପାଠ ପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଲିଖିତ ଅନୁମତି ବିନା ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ। ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବାକୁ ବିଇଓମାନଙ୍କୁ ଅଚାନକ ପରିବର୍ଶନ କରିବାକୁ କୁହାଯାଇଛି। ଏହାସହ ବିଇଓମାନେ ନିଜ ଅଞ୍ଚଳର ପ୍ରଧାନଶିକ୍ଷକଙ୍କୁ ନେଇ ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିବେ। ଯେଉଁଥିରେ ପାଠପଢ଼ା ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ଏହି କ୍ରମରେ କଟକ ଜିଲାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଦଶହରା ଛୁଟିରେ ବି କଟକର ବିଭିନ୍ନ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଚାଲିଥିଲା। ସୂଚନାଯୋଗ୍ୟ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ରାଜ୍ୟର ୮୨ ସ୍କୁଲର ଜିରୋ ରେଜଲ୍ଟ ହୋଇଥିଲା, ଯାହାକୁ ନେଇ ବିଭାଗ ଅନେକ ସମାଲୋଚନାର ଶିକାର ହୋଇଥିଲା। ତେଣୁ ସେହି ପରିସଂଖ୍ୟାନକୁ ସୁଧାରିବା ପାଇଁ ବିଭାଗ ପକ୍ଷରୁ ‘ଜିରୋ ଏଫ୍‌’ ମିଶନ ଆରମ୍ଭ ହୋଇଛି। ସେପେଟେ ଶିକ୍ଷକ ପଦବୀ ପୂରଣ ନ କରି ବିଭାଗ ଏଭଳି ନିଷ୍ପତ୍ତି ନେବା ଉଚିତ ନୁହେଁ ବୋଲି ଶିକ୍ଷକ ସଂଘ କହିଛି। ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି ଯେ, ଛୁଟି ନେବା ଶିକ୍ଷକଙ୍କ ଅଧିକାର। ଶିକ୍ଷକଙ୍କ ଛୁଟିକୁ ବଳି ପକାଇ କେବଳ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ ‘ଜିରୋ ଏଫ୍‌’ ମିଶନ କରିଦେଲେ ଏହା ସଫଳ ହେବ ନାହିଁ। ପ୍ରଥମରୁ ଆମୂଳଚୂଳ ପରିବର୍ତ୍ତନ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ। ସେପଟେ ଫେଲ୍‌ ହାର କମାଇବା ଆମର ମୂଳ ଲକ୍ଷ୍ୟ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.