banner
Breaking

୮ ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ।

0

ଭୁବନେଶ୍ବର,୧/୨(ଓଡ଼ିଆ ନ୍ୟୁଜ): ଫେବୃଆରୀ ୮ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ରୁ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ। ସୋମବାରରୁ ଶନିବାର ସକାଳ ସାଢେ ୮ଟାରୁ ପୂର୍ବାହ୍ନ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ ହେବ। ରବିବାର ପୂର୍ବଭଳି ଛୁଟି ରହିବ।
ପୂର୍ବରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲି ସାରିଛି ଏବଂ କୋଭିଡ୍‌ କଟକଣା ଓ ନିୟମ ପାଳନ କରି ଛାତ୍ରଛାତ୍ରୀ କ୍ଲାସ କରୁଛନ୍ତି। ଠିକ୍‌ ସେହିପରି ସ୍କୁଲରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଆଜି ନିର୍ଦେଶ ଜାରି କରିଛନ୍ତି। ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ। ପାଠପଢ଼ା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ସାଙ୍ଗକୁ କୋଭିଡ୍‌ ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.