banner
Breaking

୭ ମାସ ପରେ ଖୋଲିଲା ସ୍କୁଲ।

0

ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା ଉପରେ ଗୁରୁତ୍ୱରୋପ କରାଯାଇଛି। ସେହିପରି ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ଗେଟ୍‌ଠାରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସ୍କୁଲରେ ଖେଳ ପରିୟଡ୍‌କୁ ବାଦ ଦିଆଯାଇଛି। ସ୍କୁଲକୁ ଆସିଥିବା ଛାତ୍ରୀଛାତ୍ର ନିଜ ସହିତ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଆଣିଛନ୍ତି। ଅଭିଭାବକଙ୍କଠାରୁ ଅନୁମତି ଆଣି ନ ଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲରେ ପ୍ରବେଶ କରିବାକୁ ଦିଆ ଯାଇ ନାହିଁ। କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିଲା। ମାର୍ଚ୍ଚଠାରୁ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ତେବେ କେନ୍ଦ୍ର ସରକାରଙ୍କ ଅନୁମତି ଅନୁସାରେ ଏବେ ସ୍କୁଲ ଖୋଲାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.