banner
Breaking

ସରକାରୀ ସ୍କୁଲ ବନ୍ଦ ହେବନାହିଁ।

0

 

ଭୁବନେଶ୍ୱର, ୨୯।୩(ବ୍ୟୁରୋ): ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନି। ଯାହା ହୋଇଛି ଘରୋଇ ଶିକ୍ଷାନୁଷ୍ଠାନରେ। ତେଣୁ ନବମ ଏବଂ ଏକାଦଶ କ୍ଲାସ ବନ୍ଦ ହେବ ନାହିଁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତ।
ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୩୦ ତାରିଖରେ ସେମାନଙ୍କର ଅଭ୍ୟାସ ପରୀକ୍ଷା ଅଛି। ରାଜ୍ୟ ସରକାର ସମସ୍ତ ଏସ୍‌ଓପି ମାନି କ୍ଲାସ ଚଳାଇଛନ୍ତି। ତେଣୁ ସ୍କୁଲ ବନ୍ଦ ହେବ ନାହିଁ ।

ସୂଚନାଯୋଗ୍ୟ, ରବିବାର ରାଜ୍ୟର ୩ଟି ଶିକ୍ଷାନୁଷ୍ଠାନରୁ ୩୦ରୁ ଅଧିକ ଆକ୍ରାନ୍ତ ବାହାରିବାରୁ ଭୟଭୀତ ହୋଇପଡ଼ିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନଷ୍ଟିଚ୍ୟୁଟ୍‌ରୁ ୨୦ ଆକ୍ରାନ୍ତ ବାହାରିଥିବା ବେଳେ ଜଟଣିସ୍ଥିତ ଆଇଆଇଟି ଇନଷ୍ଟିଚ୍ୟୁଟରୁ ୧୦ ଓ ରାଉରକେଲା ଏନ୍‌ଆଇଟିରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ସରକାରୀ ଶିକ୍ଷାନୁଷ୍ଠାନରୁ କେହି ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ବନ୍ଦ କରିବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.