banner
Breaking

ଭୂକମ୍ପ ପୂର୍ବରୁ ସୂଚନା ଦେବ ମୋବାଇଲ।

0

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ କରାଯାଇ ପାରୁଛି। ହେଲେ ଏହା ସଂଘଟିତ ହେବାର ଠିକ ସମୟ ସମ୍ପର୍କରେ ସୂଚନା ଦେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଫଳରେ ଅନେକ ସମୟରେ ଏଥିପାଇଁ ଧନଜୀବନ ହାନି ହେଉଛି। ତେବେ ଭୂମିକମ୍ପ ସମ୍ପର୍କରେ ପ୍ରାକ୍‌ ସୂଚନା ଦେବା ପାଇଁ ମୋବାଇଲ ସହାୟକ ହେବ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏ କ୍ଷେତ୍ରରେ ସଫଳ ହୋଇଥିବା ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ୟୁନିଭର୍ସିଟି ଅଫ ସିଡ୍‌ନୀର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଆପ୍ସ ପ୍ରସ୍ତୁତ କରିଛନ୍ତି, ଯାହାକୁ ମୋବାଇଲ ଡାଉନଲୋଡ୍‌ କରି ଭୂମିକମ୍ପ ସମ୍ପର୍କରେ ପ୍ରାକ୍‌ ସୂଚନା ପାଇହେବ। ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ଉପରେ କେତେକ ବୈଜ୍ଞାନିକ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି। ତେବେ ନିଜର ଉକ୍ତିକୁ ଆହୁରି ଯଥାର୍ଥ ପ୍ରମାଣିତ କରିବା ପାଇଁ ଉକ୍ତ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.