banner
Breaking

ଗରିବ ଲୋକଙ୍କ ଆକାଉଣ୍ଟରୁ ୩୩୦ କୋଟି ନେଲାଣି ଏସବିଆଇ।

0

ନୂଆଦିଲ୍ଲୀ,୧୨।୪: ଜିରୋ ବାଲାନ୍ସ କିମ୍ବା ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟ (ବିଏସ୍‌ବିଡିଏ)ରେ କିଛି ସେବା ଯୋଗାଣ ଲାଗି ବ୍ୟାଙ୍କଗୁଡିକ ସାଧାରଣ ଲୋକଙ୍କଠାରୁ ଅତ୍ୟଧିକ ପରିପାଣର ଚାର୍ଜ ଲାଗୁ କରୁଥିବା ଆଇଆଇଟି ବମ୍ବେ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ମଧ୍ୟ ଏହି ବ୍ୟାଙ୍କ ମଧ୍ୟରେ ସାମିଲ ରହିଛି। ସାଧାରଣ ଜମା ଆକାଉଣ୍ଟରୁ ପ୍ରତି ୪ରୁ ଅଧିକ ଥର ଡେବିଟ ନେଣଦେଣ ପରେ ଏସ୍‌ବିଆଇ ୧୭.୭୦ ଟଙ୍କା ଚାର୍ଜ ଲାଗୁ କରୁଛି। ଏହା ଠିକ୍‌ ନୁହେଁ ବୋଲି ଜମାକାରୀ କହିଛନ୍ତି। ୨୦୧୫ରୁ ୨୦୨୦ ଅବଧିରେ ବ୍ୟାଙ୍କ ସର୍ଭିସ ଚାର୍ଜ ବାବଦକୁ ସାଧାରଣ ଜମା ଆକାଉଣ୍ଟରୁ ୩୦୦ କୋଟି ଟଙ୍କାର ଅର୍ଥ ଆଦାୟ କରିଛି। ଏହା ମଧ୍ୟରେ ମୋଟ ୧୨ କୋଟି ଆକାଉଣ୍ଟଧାରୀ ରହିଛନ୍ତି। ଦେଶର ଦ୍ୱିତୀୟ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କୁହାଯାଉଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସମାନ ଅବଧିରେ ୩.୯ କୋଟି ଆକାଉଣ୍ଟରୁ ୯.୯ କୋଟି ଟଙ୍କା ଆଦାୟ କରିଛି।
ମାସକୁ ୪ଥରରୁ ନିର୍ଦ୍ଧାରିତ ଉଠାଣ ପରେ ପ୍ରତି ଥର ଉଠାଣ ପରେ ଏସ୍‌ବିଆଇ ୧୭.୭୦ ଟଙ୍କା ଚାର୍ଜ କରୁଥିବାରୁ ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଜମା ଆକାଉଣ୍ଟ ନେଇ ରିଜର୍ଭ ବ୍ୟାଙ୍କର ନିୟମକୁ ଏସ୍‌ବିଆଇ ସମେତ କିଛି ବ୍ୟାଙ୍କ ଉଲ୍ଲଘଂନ କରୁଥିବା ଆକାଉଣ୍ଟ ଧାରୀଙ୍କ ପକ୍ଷରୁ ଅଭିଯୋଗ ଆସିଛି। ଏହିବାବଦକୁ ୨୦୧୮-୨୯ରେ ଏସ୍‌ବିଆଇ ୭୨ କୋଟି ଟଙ୍କା ଏବଂ ୨୦୧୯-୨୦ରେ ୧୫୮ କୋଟି ଟଙ୍କା ଆଦାୟ କରିଥିବା ଆଇଆଇଟି ବମ୍ବେର ପ୍ରଫେସର ଆସିସ ଦାସଙ୍କ ପକ୍ଷରୁ ହୋଇଥିବା ଅଧ୍ୟନୟରେ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.