banner
Breaking

ଭୁବନେଶ୍ବରରେ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତରରେ ୧୭ଟି ଉଦଘାଟିତ

0

ଭୁବନେଶ୍ୱର, ୩୧/୮ (ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ବରରେ ସମୁଦାୟ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭଉଦ୍ଘାଟନ ହୋଇଯାଇଛି । ମୈତ୍ରୀବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପାଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର ଏବଂ ଉରର ସମସ୍ତ ପୂର୍ବତନ କର୍ପୋରେଟର ଯୋଗ ଦେଇଥିଲେ ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୬ ନମ୍ବର ୱାର୍ଡ ମୈତ୍ରୀ ବିହାର ଶିଶୁ ଉଦ୍ୟାନ, ୱାର୍ଡ ନଂ. ୧ ପ୍ରଶାନ୍ତି ବିହାର ୨ଟି ପାର୍କ, ୱାର୍ଡ ନଂ. ୭ ଶୈଳଶ୍ରୀ ବିହାରରେ ତିନୋଟି ପାର୍କ, ୱାର୍ଡ ନଂ. ୯ ରଙ୍ଗମାଟିଆ ଠାରେ ରଙ୍ଗଦେବନାଥ ପାର୍କ ଓ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ, ୱାର୍ଡ ନଂ. ୧୩ ବିଡିଏ କଲୋନୀ ଠାରେ ହୋମିଓପାତି ଡାକ୍ତରଖାନା ଗୃହ ନିର୍ମାଣର ଶୁଭଉଦ୍ଘାଟନ, ଗୋଷ୍ଠୀ କେନ୍ଦ୍ର ଓ ଇଡବ୍ଲୁଏସ୍ କଲୋନୀରେ ଅମୃତ ପାର୍କର ଶୁଭଉଦ୍ଘାଟନ, ୱାର୍ଡ ନଂ. ୧୪ ନିଳାଦ୍ରୀ ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁ ଉଦ୍ୟାନ, ୱାର୍ଡ ନଂ. ୧୫ ରେଣ୍ଟାଲ କଲୋନୀ ଠାରେ ଅମୃତ ପାର୍କ, ୱାର୍ଡ ନଂ. ୨୨ ଭରତପୁର ଠାରେ ଅମୃତ ପାର୍କ, ୱାର୍ଡ ନଂ. ୨୫ ଆଇଆରସି ଭିଲେଜ ଠାରେ ଅମୃତ ପାର୍କ ଏବଂ ୱାର୍ଡ ନଂ. ୮ ପ୍ରାଚୀ ଏନକ୍ଲେଭ ଠାରେ ନିଗମ ପାର୍କର ଶିଳାନ୍ୟାସ ଓ ଉଦ୍ଘାଟନ ହେଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.