banner
Breaking

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପରିଚୟପତ୍ର ବଣ୍ଟନ

0

ଭୂବନେଶ୍ୱର: ସତ୍ୟନଗର ଲେଡିସ୍ ଫୋରମ୍ ତରଫରୁ ସ୍ଥାନୀୟ ରୟାଲ ଲାଗୁନ ଆପାର୍ଟମେଣ୍ଟରେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସତ୍ୟନଗର ଲେଡିସ୍ ଫୋରମର ସଦସ୍ୟା ଶୋଭେଦିତା ରୟ, ଦାଭିନ୍ଦର କୈର, କାଜଲ ମହାପାତ୍ର ଓ ଅବିନାଶ ଚୈଧୁରୀ ସଞ୍ଜୋଜନା କରିଥିଲେ। ଏହି ଅବସରରେ ୫୦ ଜଣ ବରିଷ୍ଠ ନାଗରିକଙ୍କୁ ପଞ୍ଜିକରଣ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ନନ୍ଦନକାନନ ଥାନା ଅଧିକାରୀ ସେନାପତି ବାବୁ ବରିଷ୍ଠ ନାଗରିକ ପରିଚୟପତ୍ରର ବିଭିନ୍ନ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ରୟାଲ ଲାଗୁନର ସମ୍ପାଦକ ଅଶୋକ କୁମାର ସାହୁ ସହଯୋଗ କରିଥିବା ବେଳେ ଲେଡିସ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.