banner
Breaking

ଜେଲରୁ ବାହାରିଲେ ସାରଥୀ

0

କଟକ, ୨୫ା୭(ଓଡ଼ିଆ ନ୍ୟୁଜ)): ଆଜି କଟକ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ସାରଥୀ । କେନ୍ଦ୍ରାପଡ଼ାର ବାରିମୂଳରେ ଥିବା ପୈତୃକ ଘରକୁ ଯିବେ ସାରଥୀ । କେନ୍ଦ୍ରପଡା ଏସଡିଜେଏମ କୋଟରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା । ପରେ ଆଜି ସେ ଜେଲରୁ ମୁକୁଳିବା କୁ ନେଇ ଚର୍ଚ୍ଚା ହେଉଥିଲା । ତେବେ କୋର୍ଟରେ ସାରଥୀଙ୍କୁ ୨ ଜଣ ସ୍ଥାନୀୟ ଜମିନଦାର ଓ ୨ ଲକ୍ଷ ଟଙ୍କାର ବଣ୍ଡ ବଦଳରେ ଜାମିନ ମିଳିଛି । ବାରିମୂଳ ଆଶ୍ରମକୁ ନ ଯିବା ଲାଗି ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ଏଥି ସହ କୋର୍ଟର ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇପାରିବେନି ବୋଲି ମଧ୍ୟ ସର୍ତ୍ତ ରଖିଛନ୍ତି କେନ୍ଦ୍ରପଡା ଏସଡିଜେଏମ୍ କୋର୍ଟ । କେଉଁଠି ସଭାସମିତି କରିପାରିବେନି କି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି । ପୂର୍ବରୁ ହାଇକୋର୍ଟ ମଧ୍ୟ ଜାମିନ୍ ପାଇଁ କେତେକ ସର୍ତ୍ତ ରଖିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ୪ ବର୍ଷ ଧରି କଟକର ଚୌଦ୍ବାର ଜେଲ୍‌ରେ ଅଛନ୍ତି ସାରଥି ବାବା । ୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିଲେ ସନ୍ତୋଷ ରାଉଳ ଓରଫ ସାରଥି ।

Khansweb Solution Bhubaneswar

Leave A Reply

Your email address will not be published.