banner
Breaking

ସଙ୍ଗିନୀ ତରଫରୁ ଶ୍ରାବଣ ସନ୍ଧ୍ୟା ପାଳିତ

0

ଭୁବନେଶ୍ୱର ,୩/୮(ଓଡ଼ିଆ ନ୍ୟୁଜ) ସ୍ୱର ଶବ୍ଦ ତାଳ କୁ ନେଇ ହୃଦୟର ଅଭିବ୍ୟକ୍ତି। ଆଜି ଭାରତୀୟ ବିଦ୍ୟାଭବନ ଠାରେ ସଙ୍ଗିନୀ ଅନୁଷ୍ଠାନ ତରଫରୁ ଶ୍ରାବଣ ସନ୍ଧ୍ୟା -୨୦୧୯ପାଳିତ ହୋଇଯାଇଛି। ବର୍ଷା କୁ ନେଇ ମନୋରମ ସଙ୍ଗୀତ ଓ କବିତା ଓ ପାଠ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି ।

କବିତା ଓ ସଙ୍ଗୀତ ର ଏଇ ଅପୂର୍ବ ସମନ୍ୱୟ ରେ ଅନେକ କବି ଓ କବ୍ୟୟତ୍ରୀ ଭାଗ ନେଇ ଶ୍ରାବଣ ଉପରେ ଆଧାରିତ କବିତା ପାଠ କରି ଥିଲେ । ବର୍ଷା କିପରି ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଛି, ସେ ବିଷୟରେ ବିଶିଷ୍ଟ କବି ଓ କବୟତ୍ରୀ ମାନେ ବର୍ଣ୍ଣନା କରିଥିଲେ।

ଗାୟିକା ସୁଜାତା ପଟ୍ଟନାୟକ, ଗାୟିକା ମଧୁଳିତା ପରିଡା, କବ୍ୟୟତ୍ରୀ ଲୋପାମୁଦ୍ରା ମିଶ୍ର, କବ୍ୟୟତ୍ରୀ ସୁନନ୍ଦା ପଟ୍ଟନାୟକ ଜାନା ଉପସ୍ଥିତ ଦର୍ଶକଙ୍କୁ ଭାବ ବିହ୍ଵଳ କରି ଦେଇ ଥିଲେ । ଶ୍ରାବଣ କୁ ସ୍ୱାଗତ କରି ନିଜ ସ୍ୱର ଓ ଶଦ୍ଦ ସହ ଅନ୍ତର୍ନିହିତ କଳା କୁ ବ୍ୟକ୍ତ କରିବା ଥିଲା ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ

ଭାରତୀୟ ବିଦ୍ୟା ଭବନର ଭାଇସ ଚେୟାରମାନ ଡ଼. ଏସ . କେ . ତାମୋଟିଆ, ସଂସ୍କୃତି ବିଭାଗ ର ନିର୍ଦ୍ଦେଶକ , ବରିଷ୍ଠ କବି ଓ ଚିନ୍ତକ ହର ପ୍ରସାଦ ଦାସ, ବିଶିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଡଃ.ଚିତ୍ତରଞ୍ଜନ ପାଣି ପ୍ରମୁଖ ସଭାରେ ଯୋଗ ଦେଇ ସଭା ର ଗୌରବ ବଢ଼ାଇ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.