banner
Breaking

ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି

0

ଭୁବନେଶ୍ୱର : ମାନ୍ୟବର ରାଜ୍ୟପାଳ ତଥା ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଣେଶୀଲାଲ୍‌ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ୪ ବର୍ଷ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ପ୍ରଫେସର ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ପ୍ରଶାସନ ବିଭାଗର ପ୍ରଫେସର ଭାବରେ ଅବସର ନେଇଛନ୍ତି। ସେ ୯ଟି ପୁସ୍ତକ ରଚନା କରିଛନ୍ତି ଏବଂ ଖ୍ୟାତନାମା ପତ୍ରିକାରେ ତାଙ୍କର ୧୨୨ଟି ଲେଖା ପ୍ରକାଶିତ ହୋଇଛି। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୩୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ତାଙ୍କ ମାର୍ଗଦର୍ଶନରେ ଜଣେ ଡିଲିଟ୍‌, ୩୯ ଜଣ ପିଏଚ୍‌ଡି ଏବଂ ୩ ଜଣ ଏମ୍‌ଫିଲ୍‌ ବି କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.