banner
Breaking

ବନ୍ଦଘରୁ ମୃତଦେହ ଉଦ୍ଧାର।

0

ସମ୍ବଲପୁର,୧୫/୧୧(ବ୍ୟୁରୋ): ସମ୍ବଲପୁରର ମୋଦୀପଡ଼ାର ପାଣି ଟାଙ୍କି ନିକଟରେ ଥିବା ଏକ ବନ୍ଦ ଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ୩ ରୁ ୪ ଦିନ ହେବ ଉକ୍ତ ଘରର କବାଟରେ ତାଲା ପଡ଼ିଥିଲା। ମାତ୍ର ଗୁରୁବାର ସେହି ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ପୁଲିସକୁ ସ୍ଥାନୀୟଲୋକେ ଖବର ଦେଇଥିଲେ। ମାତ୍ର ଗତକାଲି ରାତି ହୋଇ ଯିବାରୁ ଆଜି ସକାଳ ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗ ଯାଇ ଘର ଭିତରୁ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‍ ଟିମ,ସନ୍ଧାନୀ କୁକୁର ଓ ପୁଲିସ ଉପସ୍ଥିତିରେ ତଦନ୍ତ ଆରମ୍ଭ ହୋଇଛି । ମୃତ ମହିଳାଙ୍କ ପରିଚୟ ଓ ତାଙ୍କ ପରିବାର ସମ୍ପର୍କରେ ଏଯାବତ୍‍ କୌଣସି ପତ୍ତା ମିଳିନାହିଁ। ସେମାନେ ଦିନ ମଜୁରିଆଭାବେ କାମ କରୁଥିଲେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ମହିଳାଜଣଙ୍କ ତାଙ୍କ ସ୍ୱାମୀ ଓ ଏକ ଶିଶୁ ପୁତ୍ର ସହ ପ୍ରାୟ ୧୫ ଦିନ ହେବ ଉକ୍ତ ଘରକୁ ଭଡ଼ା ସୂତ୍ରରେ ରହିବାକୁ ଆସିଥିଲେ। ସେମାନେ ଏକାକୀ ରହୁଥିଲେ ଓ ଅନ୍ୟମାନଙ୍କ ସହ ମିଳାମିଶା କରୁ ନଥିଲେ। ଏହି ଘଟଣା ପରେ ମହିଳାଙ୍କ ସ୍ୱାମୀ ଓ ଶିଶୁ ପୁତ୍ରର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି। ଫଟୋ ସୌଜନ୍ୟ-ସମାଜ

Khansweb Solution Bhubaneswar

Leave A Reply

Your email address will not be published.