banner
Breaking

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଲାଗିପଡିଛନ୍ତି ୫ଟି ସଚିବ।

0

ସମ୍ବଲପୁର, ୧।୧୧ (ଓଡ଼ିଆ ନ୍ୟୁଜ): ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଲାଗିପଡିଛନ୍ତି୫ଟି ସଚିବ। ଗୁରୁବାର ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରଯାଇ ଖାଇବା, ମାଗଣା ଔଷଧ ଓ ଚିକିତ୍ସା ଉପରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ। ପରେ ମେଡିସିନ ୱାର୍ଡ, ସର୍ଜରୀ ୱାର୍ଡ, ଗାଇନିକ୍‌ ୱାର୍ଡକୁ ଯାଇ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା, ସ୍ବତନ୍ତ୍ର ସଚିବ ସୁରେଶ ମହାପାତ୍ର ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମୀକ୍ଷା ବୈଠକ କରିଥିଲେ । ଏହି ଅବସରରେ ମେଡିକାଲର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କିପରି ହୋଇପାରିବ ସେ ନେଇ ଆଲୋଚନା କରିଥିଲେ। ସଦର ମେଡିକାଲରେ ରୋଗୀଙ୍କ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ସହ ଅନ୍ୟାନ୍ୟ ସମସ୍ୟା ଉପରେ ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ । ଜିଲାପାଳ ଶୁଭମ ସକ୍‌ସେନା, ଏସ୍‌ପି କନୱର ବିଶାଳ ସିଂ, ସିଡିଏମ୍‌ଓ ପଙ୍କଜିନୀ ପଣ୍ଡା, ଏଡିଏମ୍‌ ତଥା ସ୍ବାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗ, ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.