banner
Breaking

ପୁଣି ହାଲିଆ ସାହିରୁ ବ୍ରାଉନସୁଗାର ଜବତ

0

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜଧାନୀରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ପରେ ଅବକାରୀ ବିଭାଗ ଚଢାଉ ଜାରି ରଖୁଛି। ଗୁରୁବାର ସାଲିଆ ସାହି ବସ୍ତିରେ ଚଢ଼ାଉ କରି ବ୍ରାଉନ୍‌ ସୁଗାର ଜବତ କରିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରିଛି । ସେ ହେଲେ ସାଲିଆ ସାହିରେ ରହୁଥିବା ଭଞ୍ଜନଗରର ଅଞ୍ଚଳର ରାଜୀବ କୁମାର ପଣ୍ଡା (୩୦)। ତାଙ୍କଠାରୁ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଏଥିସହ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ ରାଜୀବ ସାଲିଆ ସାହି ବସ୍ତିରେ ରହି ବ୍ରାଉନସୁଗାର ବେପାର କରୁଥିବା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା । ତେଣୁ ତାଙ୍କୁ ଧରିବା ପାଇଁ ପୂର୍ବରୁ ପ୍ଲାନ କରିଥିଲା ଅବକାରୀ ବିଭାଗ । ଫଳରେ ଗୁରୁବାର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ ଜଣିଆ ଟିମ ଯୋଜନା ମୁତାବକ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.