banner
Breaking

ବନ୍ଧୁକ ଦେଖାଇ ଲୁଟିନେଲେ।

0

ସାଲେପୁର ୩।୯: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ। ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟି ନେଇଛନ୍ତି ଟଙ୍କା। ଟାଙ୍ଗୀ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ କଡରେ ଥିବା ବଇଚୁଆଁ ରିଲାଏନ୍ସ ପେଟ୍ରୋଲ ପମ୍ଫରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଲୁଟେରା ପଲସର ବାଇକରେ ଆସିଥିଲେ। ପ୍ରଥମେ ବନ୍ଧୁକ ଦେଖାଇ ଅଫିସ ରୁମରେ ପଶି ପମ୍ପ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ପରେ ସେମାନଙ୍କ ଠାରୁ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା କର୍ମଚାରୀ ଅଭିଯୋଗ କରିଛନ୍ତି।
ତେବେ ଫଲସ ଫାଇରିଙ୍ଗ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାର ସମସ୍ତ ଘଟଣା ପେଟ୍ରୋଲ ପମ୍ପର ସିସିଟିଭି ରେ କଏଦ ହୋଇଛି। ଏହି ଘଟଣା ଉପରେ ପେଟ୍ରୋଲ ପମ୍ପ ମଲିକ ଟାଙ୍ଗି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଟାଙ୍ଗୀ ପୋଲିସ ଏହି ଘଟଣା ଉପରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.