banner
Breaking

ଡିସେମ୍ବର ୨୨ ରେ ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁମିଳନ ଉତ୍ସବ।

0

ଭୁବନେଶ୍ୱର,୧୮/୧୨(ଓଡ଼ିଆ ନ୍ୟୁଜ) ସୈନିକ ସ୍କୁଲ ଭୁବନେଶ୍ୱରର ୪୯ତମ ବାର୍ଷିକ ବନ୍ଧୁମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ସ୍କୁଲର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ବିଷୟରେ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ଛାତ୍ର ମାନଙ୍କ ମଧ୍ୟରେ ଭାରତୀୟ ପ୍ରତୀରକ୍ଷା ବାହିନୀ, ଭାରତୀୟ ପ୍ରଶାସନିକ ସେବା, ଡାକ୍ତର , ବହୁ ରାଷ୍ଟ୍ରୀୟ କଂପାନୀ, ପବ୍ଲିକ ସେକ୍ଟର କଂପାନି, ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ଯୋଗଦାନ କରିବେ । ଇତ୍ୟବସରେ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ ରକ୍ତଦାନ ଶିବିର, ଏକ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଏଣୁ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ଅମିତାଭ ସ୍ୱାଇଁ ଓ ସେକ୍ରେଟାରୀ ଡାକ୍ତର ନିରଞ୍ଜନ ପାଢ଼ି ସମସ୍ତ ପୁରାତନ ଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରି ଉକ୍ତ ବନ୍ଧୁମିଳନ ଉତ୍ସବକୁ ସାଫଲ୍ୟମିତ କରିବାକୁ ଅନୁରୋଧ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.