banner
Breaking

ସୈନିକ ସ୍କୁଲରେ ଷଷ୍ଠ ବିଜୁ ମାରାଥନ୍‌

0

ଭୁବନେଶ୍ୱର,୫ା୨ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ସୈନିକ ସ୍କୁଲରେ ଷଷ୍ଠ ବିଜୁ ମାରାଥନ୍ ଅନୁଷ୍ଠିତ ହୋଇଯାଇଛି । ଓଏମସିଏଲ ଓ ସୈନିକ ସ୍କୁଲ ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି ଗଣ ଦୈ।ଡରେ ସୈନିକ ସ୍କୁଲର ଛାତ୍ର, ପୂର୍ବତନ ଛାତ୍ର, କର୍ମଚାରୀ ଓ ଓଏମସିଏଲର ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ୍ୟଙ୍କ ସହିତ ପ୍ରାୟ ଏକ ହଜାର ଆଥଲେଟ୍ ଅଂଶଗ୍ରହଣ କରିଥିଲେ । ଏହାକୁ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁ ଭାରତ, ପୂର୍ବତନ ଛାତ୍ର ସଂଗଠନର ସଭାପତି ହର୍ଦମ ସିଂ, ଉପସଭାପତି ଆଇଏଏସ ମଧୁସୂଦନ ପାଢୀ, ସାଧାରଣ ସମ୍ପାଦକ ଦିନେଶ ସ୍ୱାଇଁ, ଉପାଧ୍ୟକ୍ଷ ଉଷା ସୌଗନ୍‌, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିଓାରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଏହି ଦୌଡ ସୈନିକ ସ୍କୁଲରୁ ବାହାରି ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ନାଲକୋ ଛକ ହୋଇ ସ୍କୁଲରେ ପହିଞ୍ଚି ଥିଲା । ସେଠାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ କଳିଙ୍ଗ ବୀର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.