banner
Breaking

ଶୈଳଶ୍ରୀବିହାରରେ ରାମ ଚରିତ କଥାମୃତ ଅନୁଷ୍ଠିତ

0

ଭୁୁବନେଶ୍ୱର,୨୫ା୫ ଚନ୍ଦ୍ରଶେଖରପୁର ସ୍ଥିତ ଶୈଳଶ୍ରୀବିହାର ଦୁର୍ଗା ପଡିଆ ଠାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରାମଚରିତ କଥାମୃତ ଅନୁଷ୍ଠିତ ହୋଇଯାଇଛି । ସାତ ଦିନ ବ୍ୟାପି ଚାଲିଥିବା ଏହି ପ୍ରବଚନ କାର୍ଯ୍ୟକ୍ରମରେ ଓଡିଶାର ସୁନାମ ଧନ୍ୟ ପ୍ରବଚକ ସନ୍ତୋଷ କୁମାର ସାହୁ ରାମାୟଣର ସପ୍ତକାଣ୍ଡକୁ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ପ୍ରଭୁ ଶ୍ରୀରାମଙ୍କ ଶରଣାପନ୍ନ ହେବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୁବନେତା ମାନସ କୁମାର ଦାଶ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ମନୋଜ ଚକ୍ରବର୍ତ୍ତୀ,ସମ୍ପାଦକ ରବି ନାରାୟଣ ପାଲ, ମୁଖ୍ୟ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ,ଉପଦେଷ୍ଟା ବୈଷ୍ଣବ ଚରଣ ନାୟକ,ପ୍ରଶାନ୍ତ କୁମାର ମହାପାତ୍ର,ସରୋଜ ଶତପଥୀ,ମୋହନ ସାହୁ,ସିଦ୍ଧାର୍ଥ ପଟ୍ଟନାୟକ,କୋଷାଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ସ୍ୱାଇଁ ଓ ତାରାକାନ୍ତ ଆଚାର୍ଯ୍ୟ,ଅନିଲ ରାଉତ,ପ୍ରିୟଦର୍ଶୀ ପଟ୍ଟନାୟକ,ଦେବାଶିଷ ପଟ୍ଟନାୟକ,ସରୋଜ ମହାନ୍ତି,ଅରବିନ୍ଦ ଜେନା,ସର୍ବେଶ୍ୱର ମହାନ୍ତି,ସତ୍ୟଜିତ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ଅଳର ବହୁ ଭକ୍ତ ଯୋଗଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.