banner
Breaking

ଶୈଳଶ୍ରୀବିହାରରେ କ୍ୟାଣ୍ଡେଲ ଶୋଭାଯାତ୍ରା

0

ଭୁବନେଶ୍ୱର, ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମାର ସଦ୍‌ଗତି ଓ ଆହତଙ୍କ ଆଶୁ ଅରୋଗ୍ୟ କାମନା କରି ଶୈଳଶ୍ରୀବିହାରରେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ଯୁବନେତା ମନୋଜ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋଭାଯାତ୍ରା ଶୈଳଶ୍ରୀବିହାର ଛକ ସ୍ଥିତ ତାରିଣୀ ମନ୍ଦିର ଠାରୁ ବାହାରି ଜଗନ୍ନାଥ ମନ୍ଦିର ପାଖରେ ପହିଞ୍ଚି ଥିଲା । ସେଠାରେ ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବନେତା ମାନସ ଦାଶ, ନରେଶ ପାତ୍ର, ବରିଷ୍ଠ ମୁରବୀ ସୁରେଶ ରଥ, ଶୈଳଶ୍ରୀବିହାର ଆବାସିକ ସଂଘ, ବିଭିନ୍ନ ସଂଗଠନ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଯୁବକ ଓ ମହିଳାମାନେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.