banner
Breaking

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର।

0

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର କହିଛନ୍ତି ଗଣମାଧ୍ୟମରେ ପ୍ରକାଶିତ ଖବର ଏକ ଗୁଜବ। ସବୁଦିନ ଭଳି ରବିବାର ମଧ୍ୟ ଶିରିଡି ସାଇଙ୍କ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ରହିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ଶିରିଡି ନୁହେଁ ପାର୍ଥୀ(ପରଭାନୀ) ସାଇବାବାଙ୍କ ଜନ୍ମସ୍ଥାନ। ତେଣୁ ପାର୍ଥୀକୁ ସାଇବାବାଙ୍କ ଜନ୍ମସ୍ଥାନ ଭାବେ ବିକଶିତ କରାଯିବ ଓ ଏଥିପାଇଁ ଶହେ କୋଟି ଟଙ୍କା ଦିଆଯିବ। ଠାକରେଙ୍କ ମତରେ ଶିରିଡି ହେଉଛି ସାଇବାବାଙ୍କ କର୍ମଭୂମୀ ଓ ପାର୍ଥୀ ହେଉଛି ତାଙ୍କ ଜନ୍ମଭୂମୀ। ଠାକରେଙ୍କ ଏହି ବୟାନ ପରେ ବିବାଦ ମୁଣ୍ଡ ଟେକିଥିଲା ଓ ରବିବାରଠାରୁ ସାଇବାବାଙ୍କ ମନ୍ଦିର ବନ୍ଦ ହେଉଛି ବୋଲି ଖବର ଆସିଥିଲା।

Khansweb Solution Bhubaneswar

Leave A Reply

Your email address will not be published.