banner
Breaking

ବଳରାମ ତରାଇଙ୍କୁ ସାହିତ୍ୟରତ୍ନ ସମ୍ମାନ

0

ଭୁବନେଶ୍ୱର ; ବ୍ୟାସକବି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଘଡାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ସାରସତ୍ୱ ଯୁବ ମହୋତ୍ସବ, ଶିଶୁ ପତ୍ରିକା ବ୍ୟାସକଳିକା, ଯୁବ କବି ଯତିନ୍ଦ୍ର ସ୍ୱାଇଁଙ୍କ କବିତା ସଙ୍କଳନ ବିଶ୍ୱବିଜୟିନୀ ଲୋକାର୍ପଣ, ସମ୍ବର୍ଦ୍ଧନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯତିନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ, ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ପଦ୍ମନାଭ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ, ଉଫୁନାର ସାଧାରଣ ସମ୍ପାଦକ ଡଃ ବାହାଦୁର ପାଟ୍ଟଶାଣୀ, ବରେଣ୍ୟ ଅତିଥି ଭାବେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟାପକ ଡଃ ପ୍ରଭାତ କୁମାର ମହାରଣା, ସୁରେଶ ଚନ୍ଦ୍ର ଘଡାଇ, ଚକ୍ରଧର ତ୍ରିପାଠୀ, କରୁଣାକର ମଲ୍ଲିକ, ବଳରାମ ତରାଇ, ସନ୍ତୋଷ ବାରିକ,ବିଦେଶୀ ନାୟକ ପ୍ରମୁଖ ଯୋଗଦେଇ ଯୁବ ସାହିତ୍ୟିକ ସୃଷ୍ଟି ଓ ଓଡିଶା ବାଣୀ ଭଣ୍ଡାର ସମୃଦ୍ଧିରେ ବ୍ୟାସକବି ସାହିତ୍ୟ ସଂସଦର ଅବଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ବିଶେଷ୍ୟଙ୍କୁ ବାଣୀ ସୌରଭ ସମ୍ମାନ, ଶ୍ରେଷ୍ଠ ସଂଗଠକ ସମ୍ମାନ, ଶିକ୍ଷକ ଗୌରବ ସମ୍ମାନ ଓ ଯୁବ ପ୍ରତିଭା ମାନଙ୍କୁ ସଙ୍ଗୀତ, କବିତା, ପ୍ରବନ୍ଧ, ନୃତ୍ୟକଳା, ଚିତ୍ରାଙ୍କନ ଓ ସର୍ବୋଚ୍ଚ ମେଧା ସମ୍ମାନ ଏବଂ ବଳରାମ ତରାଇଙ୍କୁ ସାହିତ୍ୟରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗୋଦାବରୀଶ ଦାସ ମ ପରିଚାଳନା କରିଥିଲା ବେଳେ ସତ୍ୟବ୍ରତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.