banner
Breaking

ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ

0

କଟକ,୨୫।୪: ବିଶିଷ୍ଟ ସାହିତି୍ୟକା ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ସୋମବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। କଟକ ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ, ଡିସିପି ପ୍ରତିକ ସିଂହ, ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ରବିବାର ରାତିରେ କଟକସ୍ଥିତ ବାସଭବନରେ ବୀଣାପାଣିଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସାହିତି୍ୟକା ବୀଣାପାଣି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.