banner
Breaking

ଆଦର୍ଶ ଶିକ୍ଷକଙ୍କ ଅକାଳ ବିଷୟ। ନିଶିଗନ୍ଧା ପକ୍ଷରୁ ଶୋକସଭା।

0

ଭୁବନେଶ୍ୱର ୨୯/୯ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଦର୍ଶ ଶିକ୍ଷକ, ସାରସ୍ୱତ ସାଧକ ତଥା ବିଶିଷ୍ଟ କବି ପୀତବାସ ଦଳବେହେରାଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଡିିଜିଟାଲ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଶିଗନ୍ଧା ପରିବାର ସମସ୍ତ ସଦସ୍ୟ ଉପସ୍ଥତିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମାନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଟ୍ରଷ୍ଟର ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ, ପୃଷ୍ଠପୋଷକ ପଦ୍ମନାଭ ତ୍ରିପାଠୀ, ସଭାପତି ଚକ୍ରଧର ତ୍ରିପାଠୀ, ପ୍ରତିଷ୍ଠାତା ସଂପାଦକ ବଳରାମ ତରାଇ, ସଂପାଦିକା ସରସ୍ୱତୀ ନାୟକ କହିଥିଲେ ସ୍ୱର୍ଗତ ଦଳବେହେରାଙ୍କ ଆର୍ବମାନରେ ନିଶିଗନ୍ଧା ପ୍ରତିଷ୍ଠାନର ଏକ ଅପୁରଣୀୟ କ୍ଷତି ଘଟିବା ସହିତ ସାହିତ୍ୟ ପ୍ରେମୀମାନେ ଜଣେ ସୁସାହିତ୍ୟିକଙ୍କୁ ହରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜମ୍ବେଶ୍ୱର ଦଳାଇ, କରୁଣାକର ମଲ୍ଲିକ, ରୋଜାଲିନ୍ ସେନାପତି, ବୈଜୟନ୍ତୀ ମାଳା ମହାପାତ୍ର, କରୁଣାକର ମଲ୍ଲିକ, ରୋଜାଲିନି ମଲ୍ଲିକ, ଗୋଦାବରିଶ ଦାସ, ଚିରଞ୍ଜନ ଦାସ, ଗୋଲଖ ବିହାରୀ ପନାୟକ ପ୍ରମୁଖ ଭିଡିଓ ଦ୍ୱାରା ଉପସ୍ଥିତ ଥିଲେ ।


ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାର କଟ୍ରିଙ୍ଗିଆ ଗ୍ରାମରେ ସ୍ୱର୍ଗତ ପୀତବାସ ଦଳବେହେରା ୧୯୪୧ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେପ୍ଟେମ୍ବର ୨୬ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ । ସେ ଏକା ଧାରରେ ଜଣେ ଶାନ୍ତ, ସରଳ, ନିସ୍ୱାର୍ଥପର, ନିଷ୍ଠାବାନ, ସମାଜସେବୀ, ବିଶିଷ୍ଟ କବି, କଣ୍ଠଶିଳ୍ପୀ, ସାରସ୍ୱତ ସାଧକ, ଆଦର୍ଶ ଶିକ୍ଷକ ଭାବରେ ସାରା ଓଡିଶାରେ ଲୋକପ୍ରିୟତା ଲାଭ କରିଥିଲେ । ସାହିତ୍ୟ ପ୍ରତି ତାଙ୍କର ଅତ୍ୟନ୍ତ ଦୁର୍ବଳତା ରହିଥିଲା । ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ପ୍ରତିଭା ପାଇଁ ତାଙ୍କୁ କ୍ରିୟାଶୀଳ କବି ସମ୍ମାନ (୨୦୧୫), କବି ସମ୍ମାନ (୨୦୧୯), କବି ପଲ୍ଲବ, କବି କୁସୁମପ୍ରଭା, କବି ରତ୍ନମାଳା ଆଦି ସମ୍ମାନ ମିଳିଥିଲା।

Khansweb Solution Bhubaneswar

Leave A Reply

Your email address will not be published.