banner
Breaking

ରୁଷିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ

0

ମସ୍କୋ,୨୪ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବୁଧବାର ଦୁଇ ଦିବସୀୟ ଯାତ୍ରାରେ ରୁଷିଆରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ତାଙ୍କୁ ରୁଷିଆ ଉପବୈଦେଶିକ ମନ୍ତ୍ରୀ ଇଗୋରମୋର୍ଗୁଲୋବ କରିଥିଲେ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ହେବାକୁ ଯାଉଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଇମ୍ରାନଙ୍କ ଏହି ଗସ୍ତ ଅଲୋଚନାର ବିଷୟ ହୋଇଛି । ତେବେ ଦୀର୍ଘ ୨ ଦଶନ୍ଧି ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ରୁଷିଆ ଗସ୍ତ କରିଛନ୍ତି । ଏହା ପୂର୍ବରୁ ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ରୁଷିଆ ଗସ୍ତ କରିଥିଲେ । ଇମ୍ରାନଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ବି ରୁଷିଆ ଗସ୍ତ କରିଛନ୍ତି । ଏମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡିଛି । ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ଓ ଶକ୍ତି ସହଯୋଗର ସମିକ୍ଷା କରିବେ । ଏହାସହ ପ୍ରମୁଖ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ବିଷୟ ସହ ଇସଲାମୋଫୋବିୟା ଓ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଚର୍ଚ୍ଚା ବି କରିବେ । ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଟୁଇଟ କରି ସୂଚନା ଦିଆଯାଇଛି କି ଉଭୟ ନେତାଙ୍କ ମଧ୍ୟରେ ଗୁରୁବାର ମସ୍କୋରେ ଆଲୋଚନା ହେବ । ସୂଚନାଯୋଗ୍ୟ, ଇମ୍ରାନ ଖାଁ ରୁଷିଆ ପହଞ୍ଚିବା ପୁର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନ୍ୟ ପଶ୍ଚିମ ଦେଶ ୟୁକ୍ରେନ ଉପରେ ଆକ୍ରମଣ କରିବା କାରଣରୁ ରୁଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗାଇ ସାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.