banner
Breaking

ରୁଷିଆ ୟୁକ୍ରେନ ଯୁଦ୍ଧ ଗୋଟିଏ ଦିନରେ ଶେଷ ହୋଇଥାନ୍ତା: ଟ୍ରମ୍ପ

0

ଓ୍ବାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ କ୍ଷମତାରେ ଥାଆନ୍ତେ, ତେବେ ଗୋଟିଏ ଦିନରେ ଏହି ଯୁଦ୍ଧ ଶେଷ କରିଥାନ୍ତେ। ଏଥିପାଇଁ ସେ ଏକ ଚୁକ୍ତି କରିଥାନ୍ତେ ବୋଲି ଟ୍ରମ୍ପ କହିଛନ୍ତି। ଯେଉଁଥିରେ ୟୁକ୍ରେନର କିଛି ଅଂଶ ରୁଷିଆ ଦଖଲ କରିଥାନ୍ତା। ଫଳରେ ଆଉ ଯୁଦ୍ଧ ହୋଇ ନ ଥାନ୍ତା। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କେବେ ମଧ୍ୟ ଆକ୍ରମଣ କରି ନ ଥାନ୍ତେ।

 

ଏକ ରେଡିଓ ଶୋ’ରେ ଟ୍ରମ୍ପ କଥା ହୋଇ ଏଭଳି କହିଛନ୍ତି। ସେ କହିଛନ୍ତି, ’ଭୁଲନ୍ତୁ ନାହିଁ, ଜର୍ଜ ବୁଶ ରାଷ୍ଟ୍ରପତି ଥିବାବେଳେ ରୁଷିଆ ଜର୍ଜିଆକୁ ନିଜ ଅଧୀନକୁ ନେଇଥିଲା। ସେହିପରି ବାରାକ ଓବାମାଙ୍କ ସମୟରେ କ୍ରିମିୟାକୁ ନିଜ ଦଖଲକୁ ରୁଷିଆ ନେଇଥିଲା। ଏବେ ରାଷ୍ଟ୍ରପତି ଜୋ ବାଡେନଙ୍କ ସମୟରେ ରୁଷିଆ ସବୁକିଛି ନେବାରେ ଲାଗିଛି। ଦେଖାଯାଉଛି ସେମାନେ ସବୁକିଛି ନେବାକୁ ଯାଉଛନ୍ତି। ସମ୍ପୁର୍ଣ୍ଣ ଭାବରେ ରୁଷିଆ ଦଖଲ ମନୋଭାବ ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.