banner
Breaking

ସୈନିକସ୍କୁଲ ଓ ଓଡିଶା ଖଣିନିଗମ ମିଳିତ ସହଯୋଗରେ ବିଜୁ ସ୍ମୃତି ତଥା ଫିଟ୍ ଇଂଡ଼ିଆ ଗଣଦୌଡ଼ ଅନୁଷ୍ଠିତ ।

0

ଭୁବନେଶ୍ୱର,୧୫/୧୩(ଓଡ଼ିଆ ନ୍ୟୁଜ) ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ଏବଂ ଓଡିଶା ଖଣି ନିଗମର ମିଳିତ ସହଯୋଗରେ ସୈନିକସ୍କୁଲ ଠାରେ ଆଜି ସକାଳ ୬.୩୦ରେ ଫିଟ୍ ଇଣ୍ଡିଆ ଗଣ ଦୌଡ଼ର ଆୟୋଜନ କରାଯାଇଥିଲା ।ଏହି ଗଣ ଦୌଡ଼ରେ ସୈନିକସ୍କୁଲର ୫୦୦ ଶିକ୍ଷାର୍ଥୀ ଓ ୨୦୦ ପୁରାତନ ଛାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ୧୫୦୦ରୁ ଅଧିକ ସହଯୋଗୀ ଭାଗ ନେଇଥିଲେ ।ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ଭୁବନେଶ୍ୱରର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା ।

ଏହି ଦୌଡ ମାଧ୍ୟମରେ ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ , ଆଦର୍ଶ ଓ ଜାତୀୟତାବାଦର ଭାବ ଉଦ୍ରେକ କରି ଭାରତୀୟ ପ୍ରତିରକ୍ଷା ବାହିନୀରେ ଯୋଗ ଦେବାର ପ୍ରୋତ୍ସାହନ ସୃଷ୍ଟି କରାଯାଇଥିଲା । ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଲେପ୍ଟନାଂଟ୍ ଜେନେରାଲ ଜେ.କେ. ମହାନ୍ତି , ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟପ୍ଟେନ୍ ଡୋମିନିକ୍ ରାୟନ ଓ ଡି.ସି.ପି . ଶ୍ରୀ ଅନୁପ ସାହୁ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ ।
ଏହି ଦୌଡ ସୈନିକସ୍କୁଲ ଗେଟ୍ ପାଖରୁ ଆରମ୍ଭ ହୋଇ ସପ୍ତମ ବାଟାଲିୟନ , ନାଲକୋ- କଳିଙ୍ଗ ହସ୍ପିଟାଲ ଛକ , ଜୟଦେବ ବିହାର ,ଆଚାର୍ଯ୍ୟ ବିହାର , ଆପୋଲ ହସ୍ପିଟାଲ ଦେଇ ୭.୩ କି.ମି. ପଥ ଅତିକ୍ରମ କରି ସୈନିକସ୍କୁଲ ଗାନ୍ଧିଷ୍ଟାଡିୟମରେ ପହଞ୍ଚି ଥିଲେ ।

ସେଠାରେ ଅନୁଷ୍ଠିତ ଉଦଯାପନୀ ସଭାରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ମନ୍ତ୍ରୀ ତଥା ସୈନିକସ୍କୁଲର ପୁରାତନ ଛାତ୍ର ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ । ଏହି ଗଣ ଦୌଡରେ ସିନିୟର ବାଳଳ ବିଭାଗରେ କିସ୍ ସ୍ଲୁଲର ଗୁନୁ ରାଇତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୈନିକସ୍କୁଲର କ୍ୟାଡଟେ୍ ଜୀବନ ଦେହୁରୀ ଦ୍ୱିତୀୟ ଏବଂ କିସ୍ ର ମାରାଂଡ଼ି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ଜୁନିୟର୍ ଛାତ୍ର ବିଭାଗରେ କିସ୍ ସ୍କୁଲ୍ ର ରାଜ୍ କୁମାର ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୈନିକସ୍କୁଲର କ୍ୟାଡ଼ଟେ୍ ଶିବମ୍ କୁମାର ଓ ପ୍ରିନ୍ସ ରାଜ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବାଳିକା ବିଭାଗରେ କିସ୍ ସ୍କୁଲ୍ ର ଛାତ୍ରୀଗଣ ଯଥା ପ୍ରଭାତି ମାଝୀ, ସିମା ଧନ୍ ଓ ମମତା ସିଂ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସ୍କୁଲ୍ ର ପୂରାତନ ଛାତ୍ର ବିଭାଗରେ ଶ୍ରୀ ଦୀପକ୍ ରଂଜନ୍ ରାଉତ୍ ପ୍ରଥମ ହୋଇଥିବାବେଳେ ଡି. କିସ୍କୁ ଓ କର୍ଣଲ୍୍ ଏସ୍ . କେ . ମିଶ୍ର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । ସୈନିକସ୍କୁଲର କ୍ୟାଡେଟ୍ ଆର‌୍ୟନ୍ କୁମାର ସାହୁ ଓ ଅମ୍ରିତା ବିଦ୍ୟାଳୟମ୍ ର ଅଧ୍ୟକ୍ଷା ଉକ୍ତ ପ୍ରତିଯୋଗିତାରେ ଶାନ୍ତ୍ୱନାମୂଳକ ପୁରଷ୍କାର ଗ୍ରହଣ କରିଥିଲେ ।

ଏହି ଉତ୍ସବରେ ସୈନିକସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ,ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ ,ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ଅମିତାଭ ସ୍ୱାଇଁ , ସେକ୍ରେଟାରୀ ଡାକ୍ତର ନିରଞ୍ଜନ ପାଢୀ , ଓଡିଶା ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ପ୍ରଶାସକ ଶ୍ରୀ ମଧୁସୂଦନ ପାଢୀ , ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ବହୁ ପୁରାତନ ଛାତ୍ର , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ଓ କ୍ୟାଡେଟ୍ଗଣ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.