banner
Breaking

ଦୃତ ଗତିରେ ଗାଡି ଚଳାଇଲେ ୭ ହଜାର ଜରିମାନା ଓ ଲାଇସେନ୍ସ ରଦ୍ଧ

0

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଇପାରେ। ଏପରିକି ୩ ଥର ଦ୍ରୁତ ଗତିରେ ଗା ଚଳାଇ ଧରା ପଡିଲେ ଲାଇସେନ୍ସକୁ ସବୁ ଦିନ ପାଇଁ ରଦ୍ଦ କରାଯିବ। ରାଜଧାନୀରେ ବଢୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ଏଭଳିଆଭିମୁଖ୍ୟ ଗ୍ରହଣ କରାଯାଇଛି।

ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଧରିବା ପାଇଁ ରାଜଧାନୀର ୧୩ଟି ପ୍ରମୁଖ ଛକରେ ଅତ୍ୟାଧୁନିକ ଏନ୍‌ଏନ୍‌ପିଆର୍‌ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ପଟିଆ, କିଟ ଛକ, ପାୱାର ହାଉସ ଛକ, ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ରାଜମହଲ, ନାକା ଗେଟ, ଟ୍ରାଇଡେଣ୍ଟ ହୋଟେଲ, ବାଣୀବିହାରଠାରୁ ଶିଶୁଭବନ, କିଟ କ୍ୟାମ୍ପସ ନମ୍ବର ୩, କଳିଙ୍ଗ ଷ୍ଟାଡିୟମ ଓ ଶାସ୍ତ୍ରୀ ନଗର ଛକ ଆଦି ସ୍ଥାନରେ ଏହି ହାଇପାୱାର କ୍ୟାମେରା ଲାଗିଛି । ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଏହି କ୍ୟାମେରା ବିଭିନ୍ନ ଛକରେ ଲାଗିଛି। କ୍ୟାମେରା ଫଟୋ ଉଠାଇବା ପରେ ମୋବାଇଲକୁ ଚାଲାଣ ଯିବ। ତେବେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ଜରିମାନାରେ ସାମନ୍ୟ କୋହଳ କରାଯାଇଛି । ନିୟମ ଉଲଙ୍ଘନକାରୀ ଲାଇସେନ୍ସ ଦେଖାଇଲେ, ଜରିମାନା ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରାଯିବ ବୋଲି ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.