banner
Breaking

ଆରଟିଓ ସ୍ତରରେ ଅଦଳବଦଳ। ଭୁବନେଶ୍ୱର ୨ ରେ ସଞ୍ଜୟଙ୍କ ବଦଳରେ ସଞ୍ଜୟ।

0

ଭୁବନେଶ୍ୱର,୧୯ା୮(ଓଡ଼ିଆ ନ୍ୟୁଜ): ପରିବହନ ବିଭାଗର କେତେକ ଅଧିକାରୀଙ୍କୁ ପଦୋନ୍ନତି ଦିଆଯିବା ସହ କେତେକ ଆର୍‌ଟିଓଙ୍କୁ ବଦଳି କରାଯାଇଛି। ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯୁଗ୍ମ ସଚିବ ପରିବହନ (ବୈଷୟିକ) ମନୋରଞ୍ଜନ ଲୋଧାଙ୍କୁ ଅତିରିକ୍ତ କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବା ବେଳେ ସମ୍ବଲପୁର ଉତ୍ତର ଜୋନ୍‌ର ଡେପୁଟି କମିଶନର ଧନଞ୍ଜୟ ସେନାପତିଙ୍କୁ ଯୁଗ୍ମ କମିଶନର ପରିବହନ (ବୈଷୟିକ)ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ସେନାପତିଙ୍କୁ ଭୁବନେଶ୍ୱରରେ ମନୋରଞ୍ଜନ ଲୋଧାଙ୍କ ସ୍ଥାନକୁ ବଦଳି କରାଯାଇଛି। କଟକ ଆଞ୍ଚଳିକ ପରିବହନ ଅଧିକାରୀ ଦୀପ୍ତିରଞ୍ଜନ ପାତ୍ରଙ୍କୁ ଡେପୁଟି କମିଶନର ପରିବହନ(ବୈଷୟିକ) ପଦୋନ୍ନତି ଦିଆଯାଇଛି। ତାଙ୍କୁ ସମ୍ବଲପୁର ଉତ୍ତର ଜୋନ୍‌ରେ ନିଯୁକ୍ତି ଦିଆଯାଇଛି। କଟକ ଆର୍‌ଟିଓ କାର୍ଯ୍ୟାଳୟର ଆଇଏମ୍‌ଭି ରଶ୍ମି ରଞ୍ଜିତ ଦଳବେହେରାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ତାଙ୍କୁ ବାଲେଶ୍ୱର ଆରଟିଓ ଭାବେ ବଦଳି କରାଯାଇଛି। ସମ୍ବଲପୁର ଆଇଏମ୍‌ଭି ବିଭା ଭଞ୍ଜନ ସାମନ୍ତ ସିଂହାରରାୟଙ୍କୁ ଆର୍‌ଟିଓ ପଦବୀକୁ ପଦୋନ୍ନତି ଦିଆଯାଇଛି। ସାମନ୍ତ ସିଂହାରରାୟଙ୍କୁ ପଦୋନ୍ନତି ପରେ ଅନୁଗୋଳ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି। ନବରଙ୍ଗପୁର ଆଇଏମ୍‌ଭି ସନତ କୁମାର ଜେନାଙ୍କୁ ଆର୍‌ଟିଓ ଭାବେ ପଦୋନ୍ନତି ଦିଆଯାଇ ନୟାଗଡ଼ ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି।
ପଦୋନ୍ନତି ପରେ ସମ୍ବିତ କୁମାରଙ୍କୁ ବରଗଡ଼ ଆର୍‌ଟିଓ, ଅନୁଗୋଳର ଜିତେନ୍ଦ୍ର କୁମାର ଭୋଇଙ୍କୁ ନବରଙ୍ଗପୁର, କଳାହାଣ୍ଡି ଆର୍‌ଟିଓ ଦୀନବନ୍ଧୁ ଶୁଣ୍ଢିଙ୍କୁ ଝାରସୁଗୁଡା, ସୁନ୍ଦରଗଡ଼ ଆରଟିଓ ରାମ ନିବାସ ସିରିକାଙ୍କୁ କଳାହାଣ୍ଡି, ଭୁବନେଶ୍ୱର-୨ର ଆର୍‌ଟିଓ ସଞ୍ଜୟ କୁମାର ବେହେରାଙ୍କୁ କଟକ, ବାଲେଶ୍ୱର ଆର୍‌ଟିଓ ବିକାଶ ଚନ୍ଦ୍ର ଚୌଧୁରୀଙ୍କୁ ଗଞ୍ଜାମ,ବରଗଡ଼ ଆର୍‌ଟିଓ କେଶବ ଚନ୍ଦ୍ର ନାୟକଙ୍କୁ ଚଣ୍ଡିଖୋଲ ଏବଂ ଗଞ୍ଜାମ ଆର୍‌ଟିଓ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର-୨ ଆର୍‌ଟିଓ ଭାବେ ବଦଳି କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.