banner
Breaking

ପୁଣି ହେଲା ଦୁଇ ଦୁଇଟି ନାବାଳିକା ବଳତ୍କାର ।

0

ରାଉରକେଲା ,(ବ୍ୟୁରୋ) ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ୨ ଟି ଦୁଷ୍କର୍ମ ଘଟଣା ସାମ୍‌ନାକୁ ଆସିଛି । ଅତ୍ୟନ୍ତ ଦୁଃଖଦ କଥା ହେଉଛି ମାତ୍ର ୪ ଓ ୧୦ ବର୍ଷ ବୟସର ଦୁଇଜଣ ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କରିବାରେ ପୁଲିସ୍‌ ସକ୍ଷମ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ୧୩ ବର୍ଷର ନାବାଳକ ଅଛି।

ସୂଚନା ଅନୁଯାୟୀ, ଦୁଇଟି ଘଟଣା ମଧ୍ୟରୁ ବ୍ରାହ୍ମଣୀତରଙ୍ଗ ଥାନା ଅଂଚଳରେ ଗୋଟିଏ ଘଟଣା ଘଟିଛି । ୪ ବର୍ଷର କୁନି ଶିଶୁକନ୍ୟାକୁ ଗତ ୧୨ ତାରିଖ ଦିନ ସେହି ଗ୍ରାମର ନାବାଳକ (୧୩) ଚକୋଲେଟ୍‌ ଦେବାକୁ କହି ଡାକି ନେଇଥିଲା। ଘରଠାରୁ ମାତ୍ର କିଛି ଦୂରତାରେ ଥିବା ଏକ ନିର୍ଜନ ସ୍ଥାନରେ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିଲା । ଶିଶୁ କନ୍ୟା ଘରକୁ ଫେରିବାପରେ ପରିବାରବର୍ଗ ଅଘଟଣ ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଏତଲା ହେବାପରେ ବ୍ରାହ୍ମଣୀତରଙ୍ଗ ପୁଲିସ ନାବାଳକକୁ କାବୁ କରି ବାଳସୁଧାର ଗୃହକୁ ପଠାଇଦେଇଛି ।
ଅନ୍ୟ ଏକ ଦୁଷ୍କର୍ମ ଘଟଣା ଘଟିଛି ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଡେଲିମାର୍କେଟ୍‌ ଅଂଚଳରେ । ଅଭିଯୁକ୍ତ ଅଜୟ ଗୁପ୍ତା ରାଉରକେଲା ଡେଲିମାର୍କେଟ ଟୋନି ହୋଟେଲ ଗଳିରେ ରହନ୍ତି । ସେ ବିବାହ ମଣ୍ଡପ ସାଜସଜ୍ଜା କାମ କରନ୍ତି । ୫ ବର୍ଷ ପୂର୍ବେ ଜଣେ ନିରାଶ୍ରୟ ମହିଳା ତାଙ୍କ ୫ ବର୍ଷର ଝିଅକୁ ଧରି ଆଶ୍ରୟ ପାଇଁ ଅଜୟଙ୍କ ଘରେ ପହଞ୍ଚିଥିଲେ । ଅଭିଯୁକ୍ତ ଅଜୟ ଉଭୟ ମା’ ଝିଅକୁ ଆଶ୍ରୟ ଦେଇଥିଲା । ପରେ ଅଜୟ ଓ ସଂପୃକ୍ତ ମହିଳା ପତିପତ୍ନୀ ଭାବେ ରହିଥିଲେ। କିନ୍ତୁ ବର୍ଷକ ପୂର୍ବେ ଅଭିଯୁକ୍ତ ଅଜୟର ଅସଲ ଚରିତ୍ର ପଦାକୁ ଆସିଥିଲା । ରକ୍ଷିତାର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରୁଥିଲେ । ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଅଭିଯୁକ୍ତ ନାବାଳିକାକୁ ଧମକଚମକ ଦେଇ ଦୁଷ୍କର୍ମ କରିଥିଲା । ଏଭଳି କୁତ୍ସିତ ଘଟଣା ବିଷୟରେ ମା ଜାଣିବା ପରେ ଅଜୟଙ୍କର ସହିତ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜୟ ଉଭୟ ମା’ ଝିଅକୁ କଲିକତାରେ ରହୁଥିବା ତାର ବାପା ଘରେ ଛାଡି ଦେଇଥିଲା । ପ୍ରାୟ ମାସେ ପୂର୍ବେ ମହିଳା ଜଣକ ଝିଅକୁ ନେଇ ରାଉରକେଲାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜରିଆରେ ସୁନ୍ଦରଗଡ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିକଟରେ ହାଜର ହୋଇ ଅଧ୍ୟକ୍ଷଙ୍କକୁ ଏ ବିଷୟରେ ବିସ୍ତୃତଭାବେ କହିଥିଲେ । ଗତକାଲି ସିଡବ୍ଲ୍ୟୁସି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ଲାଣ୍ଟସାଇଟ୍‌ ଥାନାକୁ ପରାମର୍ଶ ଦେବାପରେ ପୁଲିସ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଅଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣା ପଡିଛି 

Khansweb Solution Bhubaneswar

Leave A Reply

Your email address will not be published.