banner
Breaking

୪୦୦ କିମି ସାଇକେଲ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

0

ଭୁବନେଶ୍ବର,୧୦।୧(ବ୍ୟୁରୋ): ବର୍ତ୍ତମାନ ହକିକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। କଟକରୁ ସୁନ୍ଦରଗଡ, ସବୁଠି ଉତ୍ସବ ମୁଖର । ପ୍ରଥମ ଥର ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡରେ ହକି ବିଶ୍ବକପ ଆୟୋଜନ ହେଉଥିବାରୁ ଆନନ୍ଦଲହରୀ ଖେଳିଯାଇଛି। ଏହା ସହିତ ରାଉରକେଲାରେ ବିଶ୍ବର ବୃହତ୍ତମ ହକି ଷ୍ଟାଡୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ମଧ୍ୟ ନିର୍ମିତ ହୋଇଛି। ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚଳିତ ଥର ବିଶ୍ବକପ୍‌ ଆୟୋଜନ କରାଯାଇଥିବାରୁ ଯୁବସମାଜ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମଙ୍ଗଳବାର ସାଇକେଲ ଯୋଗେ ଶହ ଶହ ଯୁବକ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ରାଉରକେଲାରେ ବିଶ୍ବକପର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେମାନଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଓ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.